ETV Bharat / bharat

ପୁଣି କୋରୋନା ଯୋଦ୍ଧାଙ୍କ ଉପରକୁ ପଥର ମାଡ - କୋରୋନା ଯୋଦ୍ଧା

ବହୁ ନିୟମ କାନୁନ ବଦଳା ଯିବା ପରେ ମଧ୍ୟ ଗୁଜୁରାଟର ଗୋଧ୍ରାରେ କୋରୋନା ଯୋଦ୍ଧାଙ୍କ ଉପରକୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

_corona
ପୁଣି କୋରୋନା ଯୋଦ୍ଧାଙ୍କ ଉପରକୁ ପଥର ମାଡ
author img

By

Published : May 1, 2020, 4:02 PM IST

ଗାନ୍ଧୀନଗର: ପୁଣି କୋରୋନା ଯୋଦ୍ଧାଙ୍କ ଉପରକୁ ପଥର ମାଡ । ବହୁ ନିୟମ କାନୁନ ବଦଳା ଯିବା ପରେ ମଧ୍ୟ ଗୁଜୁରାଟର ଗୋଧ୍ରାରେ କୋରୋନା ଯୋଦ୍ଧାଙ୍କ ଉପରକୁ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ଏଠାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଯେଉଁଥିରେ ସ୍ଥାନୀୟ ଲୋକମାନେ ପୋଲିସ ଉପରକୁ ପଥର ମାଡ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ଲୁହ ବୁହା ଗ୍ୟାସ ଏବଂ ଗୁଳିଚାଳନା କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି ।

ଏସପି ଲୀନା ପଟେଲଙ୍କ ଅନୁଯାୟୀ, ଗୋଧ୍ରାର ପଞ୍ଚମହଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଅନ୍ତର୍ଭୁକ୍ତ । ତେବେ ଗତ ଗୁରୁବାର ରାତିରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପଞ୍ଚମହଲରେ ବ୍ୟାରିକେଡ୍ ଲଗାଉଥିଲେ। ସେହି ସମୟ କିଛି ସ୍ଥାନୀୟ ଲୋକ ଆସି ବିରୋଧ କରିଥିଲେ।

କିଛି ସମୟ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସ ଉପରକୁ ଟେକା ପଥର ଫିଙ୍ଗିଥିଲେ । ପୋଲିସର ଲୁହବୁହା ଗ୍ୟାସ ଏବଂ ଗୁଳି ଚଳାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.