ETV Bharat / bharat

ସୁରଟରେ କୋରୋନା ଭୟଙ୍କର ସ୍ଥିତି: ଡାଇମଣ୍ତ ସିଟି ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ - ସୁରତରେ ଭୟଙ୍କର କୋରୋନା ସ୍ଥିତି

ସୁରଟରେ ଦିନକୁ ଦିନ ଭୟଙ୍କର ହେଉଛି କୋରୋନା ସ୍ଥିତି । କୋରୋନା ସ୍ଥିତି ନେଇ ଡାଇମଣ୍ତ ସିଟି ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପାଟିଲ ।

Gujarat CM to visit new Covid hotspot Surat
ସୁରତରେ ଭୟଙ୍କର କୋରୋନା ସ୍ଥିତି,ଡାଇମଣ୍ତ ସିଟି ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
author img

By

Published : Jul 4, 2020, 12:18 PM IST

ଗାନ୍ଧୀନଗର: ଗୁଜୁରାଟରର ସୁରଟରେ କୋରୋନାର ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏନେଇ ଗୁଜୁରାଟର ଡାଇମଣ୍ତ ସିଟି କୁହାଯାଉଥିବା ସୁରତରେ ସ୍ଥିତି ପରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପାଟିଲ ଗସ୍ତ କରିବେ । ସ୍ବାସ୍ଥ୍ୟ ସଚିବ ଏନେଇ ଗତ ଚାରି ଦିନ ଧରି ସେଠାରେ ସ୍ଥିତି ଉପରେ ନଜର ରଖିଛନ୍ତି । ଅହମ୍ମଦାବାଦରେ କୋରୋନା ରୋଗୀଙ୍କ ସଂଖ୍ୟା କ୍ରମଶଃ କମୁଥିବା ବେଳେ ସୁରତରେ ଏହି ବୃଦ୍ଧି ପାଇବାରେ ଲାଗିଛି ।

ଜୁନ 20 ପୂର୍ବରୁ ସୁରତରେ ପ୍ରତିଦିନ 70 ରୁ 80 ସକ୍ରିୟ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ କିନ୍ତୁ ଏବେ ଗୋଟିଏ ଦିନରେ 200 ମାମଲା ଆସୁଛି । ଜୁନ 20ରେ କୋରୋନା ସଂକ୍ରମଣ ମାମଲା 3,057 ଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 5, 461ରେ ପହଞ୍ଚିଛି। ତେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସୁରତ ପରିଦର୍ଶନ ପରେ ହସପିଟାଲକୁ ଯିବେ । ଏହା ପରେ ରୁପାନୀ ବରିଷ୍ଠ ଅଧିକାରୀ ଏବଂ ସୁରଟ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗୁଜୁରାଟରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା 33913 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 1886 ରହିଛି ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.