ETV Bharat / bharat

11 ହଜାର ଆକ୍ରାନ୍ତ ଅଭିମୁଖେ ଗୁଜରାଟ ଓ ତାମିଲନାଡୁ

ଗତ 24 ଘଣ୍ଟାରେ ଗୁଜରାଟରେ 348ଟି ନୂଆ କେସ ବାହାରିଛି । ସେହିପରି ତାମିଲନାଡୁରେ 477ଟି ନୂଆ ମାମଲା ସହ 3ଟି ମୃତ୍ୟୁ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

11 ହଜାର ଆକ୍ରାନ୍ତ ଅଭିମୁଖେ ଗୁଜରାଟ ଓ ତାମିଲନାଡୁ
11 ହଜାର ଆକ୍ରାନ୍ତ ଅଭିମୁଖେ ଗୁଜରାଟ ଓ ତାମିଲନାଡୁ
author img

By

Published : May 17, 2020, 12:14 AM IST

ଚେନ୍ନାଇ: କୋରୋନା ଆକ୍ରାନ୍ତରେ ଦେଶରେ 3ଟି ରାଜ୍ୟର ଅବସ୍ଥା ସାଙ୍ଘାତିକ ହୋଇଛି । ମହାରାଷ୍ଟ୍ର ପରେ ଗୁଜରାଟ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର କରିଛି । ଏବେ ଉଭୟ ରାଜ୍ୟରେ ମୋଟ ଆକ୍ରାନ୍ତ 11 ହଜାର ପାଖାପାଖି ପହଞ୍ଚିଛି ।

ଗତ 24 ଘଣ୍ଟାରେ ଗୁଜରାଟରେ 348ଟି ନୂଆ କେସ ବାହାରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 989 ରହିଛି । ଏବେ ଯାଏଁ ମୋଟ 625 ଜଣଙ୍କର ଏହି ମହାମାରୀରେ ଜୀବନ ଯାଇଛି । ସେହିପରି 4308 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ଶନିବାର ତାମିଲନାଡୁରେ 477ଟି ନୂଆ ମାମଲା ସହ 3ଟି ମୃତ୍ୟୁ ରେକର୍ଡ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତ 10 ହଜାର 585 ଛୁଇଁଛି । ସେହିପରି 74 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ 4000 ପାଖାପାଖି ଲୋକ ସୁସ୍ଥ ହୋଇଥିବାବେଳେ 6970 ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.