ETV Bharat / bharat

ବିଶ୍ବନେତାଙ୍କ ବୈଠକରେ କାନ୍ଦିଲେ କୁନି ପରିବେଶବିତ୍

author img

By

Published : Sep 24, 2019, 12:22 PM IST

ଆମର ପିଲାଦିନ, ଆମର ସ୍ବପ୍ନକୁ ତୁମେ ଚୁରମାର କରିଛ । ଆମ ବଞ୍ଚିବାର ରାହାକୁ ତୁମେ ଛଡାଇ ନେଇଛ। କିଏ ଦେଲା ଏତେ ସାହାସ ? ଏପରି କିଛି ଶାଣିତ ସ୍ବରରେ ହୃଦୟର ବେଦନାକୁ ଭାଷା ମାଧ୍ୟମରେ ପ୍ରକାଶ କରିଛନ୍ତି ସ୍ବୀଡେନର କୁନି ପରିବେଶବିତ୍। ଜାତିସଂଘ ଜଳବାୟୁ ବୈଠକରେ ଜାତିସଙ୍ଘର ମହାସଚିବ ଓ ସମସ୍ତ ବିଶ୍ବ ନେତା ଉପସ୍ଥିତ ଥିଲେ। ଆଉ ଏହି ସମୟରେ ଜଳବାୟୁର ଦୁର୍ଦ୍ଦଶାକୁ ନେଇ ଯୁବପିଢିଙ୍କ ଉଦେଶ୍ୟରେ କାନ୍ଦି କାନ୍ଦି ଏପରି ବାର୍ତ୍ତା ରଖିଥିଲେ ପରିବେଶବିତ୍ ଗ୍ରେଟା ଥନବର୍ଗ ।

ଫଟୋ ସୌଜନ୍ୟ: ଟ୍ବିିଟର@GretaThunberg

ନ୍ୟୁୟର୍କ: ଗୋଟିଏ କୋଠରୀରେ ବିଶ୍ବର ସମସ୍ତ ନେତା । ଜାତିସଂଘ ଜଳବାୟୁ ବୈଠକର ଚାଲିଛି ଆଲୋଚନା । ପୃଥିବୀବାସୀଙ୍କ ସୁରକ୍ଷା ଓ ଜଳବାୟୁକୁ ସନ୍ତୁଳିତ କରିବା ପାଇଁ ମତ ରଖିଛନ୍ତି ଅନେକ ରାଷ୍ଟ୍ରମୁଖ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ପୂର୍ବରୁ ଜଣେ 16 ବର୍ଷର ଝିଅ ହୃଦୟର କୋହରେ କରିଥିଲା ସମ୍ବୋରଣ । ଆଖିର ଲୁହ ଓ ଛାତିର କୋହକୁ ସମ୍ବାଳି ପାରିନଥିଲେ ସ୍ବୀଡେନର କୁନି ପରିବେଶବିତ୍ ଗ୍ରେଟା ଥନବର୍ଗ।

ଜାତିସଂଘର ବୈଠକରେ ଆଲୋଚନାରେ ଭାଗନେବା ଅବସରରେ ଛିଡ଼ା କରିଥିଲେ ପ୍ରଶ୍ନର ପାହାଡ଼ । ସମ୍ମିଳନୀରେ ଜାତିସଂଘର ମହାସଚିବଙ୍କ ସମେତ ଉପସ୍ଥିତ ସମସ୍ତ ରାଷ୍ଟ୍ରନେତାଙ୍କୁ ନିଜର ହକ୍ ମାଗିଥିଲେ ସ୍ବୀଡ଼େନର ଗ୍ରେଟା ଥନବର୍ଗ । ଆମର ପିଲାଦିନ, ଆମର ସ୍ବପ୍ନକୁ ତୁମେ ଛଡାଇ ନେଇଛ । ଆପଣଙ୍କ ସାହାସ କେମିତି ହେଲା ? କିଏ ଦେଲା ଏପରି ଅଧିକାର ବୋଲି ପ୍ରଶ୍ନ କରିଛନ୍ତି ଥନବର୍ଗ।

greta-thunberg
ଫଟୋ ସୌଜନ୍ୟ: ଟ୍ବିିଟର@GretaThunberg

ଷୋଳବର୍ଷୀୟ ଏହି ପରିବେଶବିତ୍ ଯେତେବେଳ ମଞ୍ଚରେ ଭାଷଣ ଦେବା ଆରମ୍ଭ କରିଥିଲେ ସେତେବେଳେ କାହାର ନଜର ନଥିଲା । ସାରା ବିଶ୍ବର ଯୁବକ, ଯୁବତୀଙ୍କ ବାର୍ତ୍ତାକୁ ଯେଉଁଭଳି ଢଙ୍ଗରେ ଉପସ୍ଥାପନ କରିଥିଲେ ତାହା ସମସ୍ତ ନେତାଙ୍କୁ ଚକିତ କରିଛି । ଗ୍ରେଟା କହିଥିଲେ, ଆମ ସ୍ବପ୍ନକୁ ଚୁରମାର କରିସାରିଛ ତଥାପି ଆମେ ଭାଗ୍ୟବଳରେ ବଞ୍ଚି ରହିଛୁ । ଆପଣ ଯଦି ଜଳବାୟୁକୁ ଅଧିକ ପ୍ରଦୂଷିତ କରନ୍ତି ଏବଂ ଏହାର ସୁରକ୍ଷା ପାଇଁ କାର୍ଯ୍ୟ ନକରନ୍ତି ତେବେ ଯୁବପିଢି ଆପଣଙ୍କୁ କ୍ଷମା ଦେବ ନାହିଁ ବୋଲି କହିଛନ୍ତି ଗ୍ରେଟା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.