ETV Bharat / bharat

ପିଏମ କେୟାର୍ସ ଫଣ୍ଡ ରାଶିରୁ 2923 ଭେଣ୍ଟିଲେଟର ପ୍ରସ୍ତୁତ - 'Made In India' Ventilators

ପିଏମ-କେୟାରଙ୍କ ଅଧିନରେ ଦେଶରେ ମେଡ-ଇନ ଇଣ୍ଡିଆ ଭେଣ୍ଟିଲେଟର ପ୍ରସ୍ତୁତ କରାଯାଉଛି । 50 ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା 2923ଟି ଭେଣ୍ଟିଲେଟର ପ୍ରସ୍ତୁତ ହୋଇସାରିଛି । ଅଧିକ ପଢନ୍ତୁ...

ପିଏମ କେୟାର୍ସ ଫଣ୍ଡ ରାଶିରୁ 2923ଭେଣ୍ଟିଲେଟର ପ୍ରସ୍ତୁତ

author img

By

Published : Jun 23, 2020, 12:42 PM IST

ନୂଆଦିଲ୍ଲୀ: ପିଏମ କେୟାର ଅଧିନରେ ଦେଶର ସମସ୍ତ ସରକାରୀ ହସ୍ପିଟାଲକୁ 50 ହଜାର ଭେଣ୍ଟିଲେଟର ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା 2923ଟି ମେଡ-ଇନ ଇଣ୍ଡିଆ ଭେଣ୍ଟିଲେଟର ପ୍ରସ୍ତୁତ ହୋଇସାରିଛି । ସେଥିରୁ 1340 ଭେଣ୍ଟିଲେଟରକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଯାଇଛି।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରକୁ 275, ଦିଲ୍ଲୀକୁ ମଧ୍ୟ 275, ଗୁଜୁରାଟ 175, ବିହାର 100, କର୍ଣ୍ଣାଟକ 90, ରାଜସ୍ଥାନକୁ 70 ଟି ଲେଖାଏଁ ଭେଣ୍ଚିଲେଟର ପଠାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜୁନ୍ 2020 ଶେଷ ସୁଦ୍ଧା, ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ 14,000 ଭେଣ୍ଟିଲେଟର ବିତରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଦେଶରେ କୋରୋନା ମୁକାବିଲା କରିବା ପାଇଁ ସରକାର ପିଏମ କେୟାର ପାଣ୍ଠି ଗଠିନ କରିଛନ୍ତି । ଏହି ପାଣ୍ଠି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥା ସହାୟତା ଆକାରରେ ଦାନ କରୁଛନ୍ତି । ଏଥିରୁ 2000 କୋଟି ଟଙ୍କା ବ୍ୟୟ କରି ପ୍ରାୟ 50 ହଜାର ଭେଣ୍ଟିଲେଟର କିଣାଯିବ ବୋଲି ସରକାର ଘୋଷଣା କରିଥିଲେ ।

ସେହି ଅଧିନରେ 30000 ଭେଣ୍ଟିଲେଟର ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ହେଉଛି । ଅବଶିଷ୍ଟ 20000 ଭେଣ୍ଟିଲେଟର ଗୁଡିକ AgVa ହେଲଥ କେୟାର (10000), AMTZ ବେସିକ୍ (5650), AMTZ ହାଇ ଏଣ୍ଡ (4000) ଏବଂ ଆଲିଏଡ୍ ମେଡିକାଲ୍ (350) ଦ୍ୱାରା ପ୍ରସ୍ତୁତ କରାଯାଉଛି।

ସେହିପରି ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରାୟ ୧ ହଜାର କୋଟି ବ୍ୟୟ କରାଯିବ । ଟୀକା ବିକାଶ ପାଇଁ ମଧ୍ୟ ୧୦୦ କୋଟି ଟଙ୍କା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.