ETV Bharat / bharat

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୋଦି - election

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଜୁନ 19ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ । ଏହା ସହ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି ।

ଫାଇଲ ଫଟୋ
author img

By

Published : Jun 16, 2019, 8:21 PM IST

ନୂଆଦିଲ୍ଲୀ: ପୁଣି ଜୋର ଧରିଲା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ । ଏନେଇ ସଂସଦରେ ପ୍ରତିନିଧିତ୍ବ କରୁଥିବା ସବୁ ରାଜନୈତିକ ଦଳର ଅଧ୍ୟକ୍ଷଙ୍କ ସହ ଜୁନ୍‌ 19ରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଉପରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ସୂଚନା ଥାଉକି, ଆସନ୍ତାକାଲି(ସୋମବାର) ଠାରୁ 17ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ସୂଚାରୁ ରୂପେ ତୁଲାଇବା ପାଇଁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ । ତେବେ ସର୍ବଦଳୀୟ ବୈଠକ ସରିବା ପରେ ଜୁନ୍‌ 19ରେ ପୁଣି ଥରେ ସର୍ବଦଳୀୟ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

Intro:Body:

EY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.