ETV Bharat / bharat

43% କୋରୋନା ମୃତକଙ୍କ ନଥିଲା ଅନ୍ୟ କୌଣସି ରୋଗ: ରିପୋର୍ଟ

କୋରୋନା କାଳରେ ବର୍ତ୍ତମାନ ନୂଆ ତଥ୍ୟ ଅନୁଯାୟୀ, ବର୍ତ୍ତମାନ 43% ଏପରି ରୋଗୀଙ୍କର ମୃତ୍ୟୁ ଘଟିଛି ଯେଉଁମାନଙ୍କର ଅନ୍ୟ କୌଣସି ରୋଗ ନଥିଲା ।

corona
କୋରୋନାରେ ପ୍ରାଣ ହରାଇଥିବା 43% ରୋଗୀଙ୍କର ନଥିଲା ଅନ୍ୟ କୌଣସି ରୋଗ
author img

By

Published : Jul 4, 2020, 9:32 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋରୋନା ମାମଲା ବଢିବା ସହ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଛି । ସାରା ଦେଶରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ 18 ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହା ମଧ୍ୟରେ ସରକାରଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ଆକଳନ ଆସିଛି ।

ଜୁଲାଇ 2 ସୁଦ୍ଧା ଦେଶରେ କୋରୋନାରେ ଅଧାରୁ ଅଧିକ ଯୁବକଙ୍କର ମୃତ୍ୟୁ ଘଟିଛି । ଏଥିରେ ସେହି ଆକ୍ରାନ୍ତମାନେ ସାମିଲ ଅଛନ୍ତି ଯେଉଁମାନଙ୍କର ବୟସ 60 ବର୍ଷରୁ କମ୍ । ଏହାବ୍ୟତୀତ ଏଥିରେ 43% ଏପରି ରୋଗୀ ଅଛନ୍ତି ଯେଉଁମାନଙ୍କର ପୂର୍ବରୁ ଅନ୍ୟ କୌଣସି ରୋଗ ନଥିଲା । କିନ୍ତୁ ସରକାରଙ୍କ ପକ୍ଷରୁ ଏହା ଦାବି କରାଯାଉଥିଲା ଯେ, କୋରୋନାରେ ଅଧିକାଂଶ ସେହି ଲୋକଙ୍କର ମୃତ୍ୟୁ ଘଟିଛି ଯେଉଁମାନଙ୍କର କିଛି ଅଲଗା ରୋଗ ଅଛି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋରୋନାର ଏହି ମାମଲା ଆକଳନ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ ଅଧୀନରେ କରାଯାଇଛି । ଏହି ବିଭାଗ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ କାମ କରେ । ଏହା ଅଧୀନରେ ଏପର୍ଯ୍ୟନ୍ତ 17834 ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି । ଦ୍ୱିତୀୟ ରୋଗ ଏବଂ ରୋଗୀଙ୍କ ବୟସ ସମ୍ବନ୍ଧରେ କେବଳ 15962 ରୋଗୀଙ୍କ ମୃତ୍ୟୁ ଉପରେ ଏହି ମୂଲ୍ୟାଙ୍କନ କରାଯାଇଛି। ପ୍ରକୃତରେ 3ଟି ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ଅନ୍ୟ ରୋଗ ହେତୁ ହୋଇଥିବା ମୃତ୍ୟୁ ବିଷୟରେ ନିରନ୍ତର ସୂଚନା ଦେଉଛନ୍ତି ।

ଏହାପୂର୍ବରୁ ଏହି ତଥ୍ୟ ସରକାରଙ୍କ ପକ୍ଷରୁ ଗତ ମେ 21 ଦିଆଯାଇଥିଲା । ସେହି ସମୟରେ ସାରା ଦେଶରେ 3435 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିଲା। ସେତେବେଳେ କୁହାଯାଇଥିଲା ଯେ, ଅନ୍ୟ ରୋଗ କାରଣରୁ 73 ପ୍ରତିଶତ କୋରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । କିନ୍ତୁ ଗତ ଦୁଇ ମାସ ହେବ ମାମଲା ବଦଳି ଯାଇଛି। ବର୍ତ୍ତମାନ ନୂଆ ତଥ୍ୟ ଅନୁଯାୟୀ, ବର୍ତ୍ତମାନ 43% ଏପରି ରୋଗୀଙ୍କର ମୃତ୍ୟୁ ଘଟିଛି ଯେଉଁମାନଙ୍କର ଅନ୍ୟ କୌଣସି ରୋଗ ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.