ETV Bharat / bharat

ବାଚସ୍ପତିଙ୍କୁ ଭେଟିଲେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ - ରାଜସ୍ଥାନ ସଙ୍କଟ

ସୋମବାର ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା ବାଚସ୍ପତି ସିପି ଜୋଶୀଙ୍କୁ ଭେଟିଛନ୍ତି । ପଞ୍ଚମ ଅଧିବେଶନର ପ୍ରସ୍ତୁତି ବିଷୟରେ ଉଭୟ ଆଲୋଚନା କରିଛନ୍ତି ।

ବାଚସ୍ପତିଙ୍କୁ ଭେଟିଲେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ

author img

By

Published : Aug 10, 2020, 6:08 PM IST

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ମଧ୍ୟରେ ଆସନ୍ତା 14 ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ସୋମବାର ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା ବାଚସ୍ପତି ସିପି ଜୋଶୀଙ୍କୁ ଭେଟିଛନ୍ତି । ପଞ୍ଚମ ଅଧିବେଶନର ପ୍ରସ୍ତୁତି ବିଷୟରେ ଉଭୟ ଆଲୋଚନା କରିଛନ୍ତି । ତେବେ ଅଧିବେଶନରେ ଉଠିବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଡୋଟାସରା କହିଛନ୍ତି ।

ବାଚସ୍ପତିଙ୍କୁ ଭେଟିଲେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ

ସେପଟେ ସଚିନ ପାଇଲଟ ପୁଣିଥରେ କଂଗ୍ରେସ ନିକଟରେ ଫେରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ କୌଣସି ପ୍ରକାର ଆଲୋଚନା ହୋଇନଥିବା ଡୋଟାସରା କହିଛନ୍ତି । ବର୍ତ୍ତମାନ ଆମ ଧ୍ୟାନ କେବଳ ଅଧିବେଶନ ଉପରେ ରହିଛି ବୋଲି ସେ କହିଛନ୍ତି। ତେବେ ସେ ସିଧାସଳଖ କହିଛନ୍ତି ଯେ, କଂଗ୍ରେସ ସରକାର ରାଜସ୍ଥାନରେ 5 ବର୍ଷ ଚାଲିବ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ରହିବେ ।

ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସଚିନ ପାଇଲଟ ବିଦ୍ରୋହୀ ବିଧାୟକଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହାପରେ ସେ ପୁଣିଥରେ କଂଗ୍ରେସରେ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.