ETV Bharat / bharat

ଟ୍ବିଟରରେ ମମତା ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟପାଳ ଜଗଦୀପ ଧନଖର - ମମତା ସରକାରଙ୍କ ଉପରେ ବର୍ଷିଲେ

ଟ୍ବିଟରରେ ମମତା ସରକାରଙ୍କ ଉପରେ ବର୍ଷିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର । ସେ ମମତା ବାନାର୍ଜୀଙ୍କ ସରକାର ଉପରେ ସିଧାସଳଖ ଆକ୍ଷେପ କରି ଦଳର ନେତାମାନଙ୍କ ଉପରେ ମିଛ କହିବା ଏବଂ ଘଟଣାରୁ ବଞ୍ଚିବା ପାଇଁ ରାଜନୈତିକ ପରିଚାଳନା କରୁଥିବା ଅଭିଯୋଗ ଆଣିଛନ୍ତି ।

Governor Jagdeep Dhanakhar lashed out at the Mamata government on Twitter
ଟ୍ବିଟରରେ ମମତା ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟପାଳ ଜଗଦୀପ ଧନଖର
author img

By

Published : Jun 14, 2020, 12:19 AM IST

କୋଲକାତା: ଟ୍ବିଟରରେ ମମତା ସରକାରଙ୍କ ଉପରେ ବର୍ଷିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର । ଶନିବାର ପଶ୍ଚିମବଙ୍ଗ ରାଜ୍ୟପାଳ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ମମତା ବାନାର୍ଜୀଙ୍କ ସରକାର ଉପରେ ସିଧାସଳଖ ଆକ୍ଷେପ କରି ଦଳର ନେତାମାନଙ୍କ ଉପରେ ମିଛ କହିବା ଏବଂ ଘଟଣାରୁ ବଞ୍ଚିବା ପାଇଁ ରାଜନୈତିକ ପରିଚାଳନା କରୁଥିବା ଅଭିଯୋଗ ଆଣିଛନ୍ତି ।

Governor Jagdeep Dhanakhar lashed out at the Mamata government on Twitter
ଟ୍ବିଟରରେ ମମତା ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟପାଳ ଜଗଦୀପ ଧନଖର

ପ୍ରକାଶ ଥାଉ କି, କୋଭିଡ-19 ସଂକ୍ରମିତଙ୍କ ମୃତଦେହ ଅନ୍ତିମ ସଂସ୍କାର ପାଇଁ କୋଲକାତାର ମୁନସିପାଲଟି ଗାଡିରେ ରଖାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓକୁ ପରେ ଟିଏମସି ନେତା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ନକଲି ବୋଲି କହିଥିଲେ । ଏହି ଘଟଣାକୁ ଭିତ୍ତି କରି ରାଜ୍ୟପାଳ ଧନଖର ସରକାରଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।

ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ବିଟ କରି ଲେଖିଥିଲେ ଯେ, ରାଜ୍ୟପାଳଙ୍କ ସହ ମୁକାବିଲା କରିବା ପାଇଁ ମମତା ବାନାର୍ଜୀ ଏବଂ ତାଙ୍କ ପ୍ରଶାସନ ପକ୍ଷରୁ ଛୁରୀକୁ ଧାର କରାଯାଉଛି । ରାଜ୍ୟର ସାଂସଦ ଏବଂ ବରିଷ୍ଠ ନେତାମାନେ ଏଭଳି ଏକ ଅମାନବୀୟ ଘଟଣା ପାଇଁ କ୍ଷମା ମାଗିବା ପରିବର୍ତ୍ତେ ଏକା ଭଳି ଟ୍ବିଟ କରିଛନ୍ତି ।

ଦୁଃଖର ବିଷୟ ଯେ, ଦିନେଶ ତ୍ରିବେଦୀଙ୍କ ପରି ନେତାମାନେ ଯେଉଁମାନେ ନିଜ ଭାବମୂର୍ତ୍ତି ପ୍ରତି ସର୍ବଦା ସତର୍କ ରହିଥାନ୍ତି ସେମାନେ ମଧ୍ୟ 'ଆଇପାକ' ପଥ ଅନୁସରଣ କରିବା ଆରମ୍ଭ କରିଛନ୍ତି । ଲୋକଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧିଙ୍କ ମାଧ୍ୟମରେ ଏପରି ବିଶ୍ୱାସଘାତକତା ଏବେ ଗୋଟିଏ ସ୍ବରରେ ବଦଳିଯାଇଛି ।

ଆଉ ଏକ ଟ୍ବିଟ କରି ରାଜ୍ୟପାଳ ଧନଖର ସିଏମ ମମତା ବାନାର୍ଜୀଙ୍କୁ ଆକ୍ଷେପ କରି ଲେଖିଛନ୍ତି ଯେ, ରାଜ୍ୟର ଲୋକଙ୍କ ସେବା କରିବାର ମୋ ସଂକଳ୍ପବଦ୍ଧ । ମୁଁ ପଶ୍ଚିମବଙ୍ଗର ହଜିଯାଇଥିବା ଗୌରବ ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବି ଏବଂ ପୂର୍ଣ୍ଣ ଶକ୍ତି ସହିତ ଆଇନର ଶାସନ ପାଇଁ ଧର୍ମଯୁଦ୍ଧ କରିବି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.