ETV Bharat / bharat

ବିଲୟ ହେବ 2ଟି କେନ୍ଦ୍ରଶାସିତ ଅଞ୍ଚଳ!

author img

By

Published : Nov 23, 2019, 10:57 AM IST

ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦାମନ ଆଣ୍ଡ ଡିଉ ଓ ଦାଦରା ଆଣ୍ଡ ନଗର ହାବେଲିକୁ ବିଲୟ କରି ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ଯୋଜନା କରୁଛନ୍ତି କେନ୍ଦ୍ର ସରକାର।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହଟାଇବା ପରେ ଏବେ ଆଉ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର। ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦାମନ ଆଣ୍ଡ ଡିଉ ଓ ଦାଦରା ଆଣ୍ଡ ନଗର ହାବେଲିକୁ ବିଲୟ କରି ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏନେଇ ଆଗାମି ସପ୍ତାହରେ ସଂସଦରେ ଏକ ବିଲ୍‌ ମଧ୍ୟ ଆଗତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି।

ଶୁକ୍ରବାର ଲୋକସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଦାମନ ଆଣ୍ଡ ଡିଉ ଓ ଦାଦରା ଆଣ୍ଡ ନଗର ହାବେଲି(ମର୍ଜର ଅଫ ୟୁନିୟନ ଟେରିଟରିଜ) ବିଲ୍‌, 2019 ଆସନ୍ତା ସପ୍ତାହରେ ଆଗତ ହେବ। ଉଭୟ କେନ୍ଦ୍ର ଶାସିତ ଅଞ୍ଚଳର ବିଲୟ ସେଠାକାର ବିକାଶ ଏବଂ ଦୋହରା ଯାଉଥିବା ବିଭିନ୍ନ କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଦାଦରା ଆଣ୍ଡ ନଗର ହାବେଲିରେ ଗୋଟିଏ ଏବଂ ଦାମନ ଆଣ୍ଡ ଡିଉରେ 2ଟି ଜିଲ୍ଲା ରହିଛି। ଏହା ସହିତ ଉଭୟ କେନ୍ଦ୍ର ଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସଚିବାଳୟ ଏବଂ ଭିନ୍ନ ଭିନ୍ନ ବଜେଟ ରହିଛି । ତେବେ ଏହାର ବିଲୟ ଦ୍ବାରା ପ୍ରଶାସନିକ ଖର୍ଚ୍ଚ କମ୍‌ ହେବାର ଆଶା କରାଯାଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.