ETV Bharat / bharat

ରାଜସ୍ଥାନ ସରକାରଙ୍କୁ ବାଚସ୍ପତିଙ୍କ ପରାମର୍ଶ, ‘ସିଏଏ ଲାଗୁ କରିବାକୁ ପଡିବ’

author img

By

Published : Feb 9, 2020, 5:20 PM IST

ନାଗରିକତା ସଂଶୋଧନ ଆଇନ ରାଜ୍ୟ ସରକାରଙ୍କୁ ଲାଗୁ କରିବାକୁ ପଡିବ ବୋଲି କହିଛନ୍ତି ରାଜସ୍ଥାନ ବାଚସ୍ପତି ସିପି ଯୋଶୀ । ଅଧିକ ପଢନ୍ତୁ...

Government of India passed CAA
ଫଟୋ ସୌଜନ୍ୟ: @ANI

ଜୟପୁର: ନାଗରିକତା ସଂଶୋଧନ ଆଇନ ରାଜ୍ୟ ସରକାରଙ୍କୁ ଲାଗୁ କରିବାକୁ ପଡିବ ବୋଲି କହିଛନ୍ତି ରାଜସ୍ଥାନ ବାଚସ୍ପତି ସିପି ଯୋଶୀ । ଏହା କେନ୍ଦ୍ରର ବିଷୟ, ରାଜ୍ୟର ନୁହେଁ । ଫେବୃଆରୀ 7ରେ ଉଦୟପୁରର ମୀରା ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇ ଏହି କଥା କହିଛନ୍ତି ସିପି ଯୋଶୀ ।

Government of India passed CAA
ଫଟୋ ସୌଜନ୍ୟ: @ANI

ଭାରତ ସରକାର ନାଗରିକତା ସଂଶୋଧନ ଅଧିନିୟମ ପାରିତ କରିଛନ୍ତି ଓ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ପଡିବ । ସମ୍ବିଧାନ ଅନ୍ତର୍ଗତ ଏହା କେନ୍ଦ୍ରର ବିଷୟ । ସେ କହିଛନ୍ତି, ‘କେନ୍ଦ୍ର ଆନୁସଙ୍ଗୀକ ବିଷୟବସ୍ତୁ ଉପରେ କାନୁନ ଆଣି ପାରିବ । ଉଦାହରଣ, ଯାନବାହନ ଆକ୍ଟ । ରାଜ୍ୟ ଚାହିଁଲେ ଏହାକୁ ଲାଗୁ ନକରିପାରେ । କିନ୍ତୁ ଆଇନ ଅନୁସାରେ ଯଦି କେନ୍ଦ୍ର କୌଣସି ଆଇନକୁ ଲାଗୁ କରିବ ତେବେ ରାଜ୍ୟସରକାରକୁ ମାନିବା ଉଚିତ କାରଣ କୌଣସି ରାଜ୍ୟ ଆଇନ ବିରୋଧରେ ଯାଇପାରିବେ ନାହିଁ ’ ।

ଭୋଟ ଦେଇ ଆମେ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛେ । ମାତ୍ର ସେଥିପାଇଁ ଭୋଟରଙ୍କୁ ଶିକ୍ଷିତ ହେବା ଆବଶ୍ୟକ । ଶିକ୍ଷିତ ଯୁବପୀଢୀ ଭୋଟରଙ୍କୁ ଶିକ୍ଷିତ କରିପାରିବେ ବୋଲି ଯୋଶୀ କହିଛନ୍ତି । ପ୍ରକାଶଥାଉକି, ରାଜସ୍ଥାନ ବିଧାନସଭାରେ ଗତ ଜାନୁଆରୀ 25ରେ ବିଜେପିକୁ ବିରୋଧ କରି ସିଏଏ ବିରୋଧ ପ୍ରସ୍ତାବ ପାରିତ କରାଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କୁ ସିଏଏକୁ ଫେରେଇନେବା ପାଇଁ ଦାବି କରାଯାଇଛି । କେରଳ, ପଞ୍ଜାବ ପରେ ରାଜସ୍ଥାନ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.