ETV Bharat / bharat

ଏଣିକି ଟୁରିଷ୍ଟ ଭିସାର ଅବଧି 5 ବର୍ଷ - ପର୍ବତାରୋହଣ ଓ ଟ୍ରାକିଂ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଟୁରିଷ୍ଟ ଭିସାର ଅବଧି 5 ବର୍ଷ ପର୍ଯ୍ୟନ୍ତ ବୈଧତା ରହିବ । ଏନେଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଛନ୍ତି । ଏହା ସହିତ 134 ପାହାଡ଼ିଆ ଅଞ୍ଚଳରେ ମଧ୍ୟ ପର୍ବତାରୋହଣ ଓ ଟ୍ରାକିଂ କରିବାକୁ ସରକାର ସ୍ବୀକୃତି ଦେଇଥିବା ସେ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 23, 2019, 2:15 PM IST

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ପର୍ଯ୍ୟଟନ ଭିସାର ବୈଦ୍ଧତା 5 ବର୍ଷ ରହିବ । କେନ୍ଦ୍ର ସରକାର ଏହାକୁ ଏକ ବର୍ଷରୁ ବୃଦ୍ଧି କରି 5 ବର୍ଷ କରିଛନ୍ତି । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଛନ୍ତି । ସେ କହିଛନ୍ତି କି 134ଟି ପାହାଡ଼ିଆ ଅଞ୍ଚଳରେ ପର୍ବତାରୋହଣ ଓ ଟ୍ରାକିଂ କରିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଏହା ସହିତ ଟୁରିଷ୍ଟ ଭିସା ପାଇଁ ପର୍ଯ୍ୟଟକଙ୍କୁ କମ ଅର୍ଥ ଦେବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

"ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାର ସମ୍ଭାବନା ଦେଖାଦେଇଛି । ବିଦେଶୀ ପର୍ଯ୍ୟଟକ ଦେଶକୁ ଆସିଲେ ବିଦେଶୀ ମୁଦ୍ରା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । "

ମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି କି, କେନ୍ଦ୍ର ସରକାର ଏହି ଟୁରିଜିମ ଭିସାର ସମୟସୀମାକୁ ବୃଦ୍ଧି କରି 5 ବର୍ଷ କରିଛନ୍ତି । ଫଳରେ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପୁରା ଦେଶ ବୁଲିବାକୁ ଯଥେଷ୍ଟ ସମୟ ପାଇ ପାରିବେ । ପୂର୍ବରୁ ଏହି ଭିସାର ସମୟସୀମା ଏକ ବର୍ଷ ରହିଥିଲା । ଫଳରେ ଟୁରିଷ୍ଟମାନେ ବୁଲିବା ପାଇଁ ଯଥେଷ୍ଟ ସମୟ ପାଇ ପାରୁନଥିଲେ । ଏହା ସହିତ ଭିସା କାର୍ଯ୍ୟ ମଧ୍ୟ କରିବାକୁ ଯଥେଷ୍ଟ ସମୟ ପାଇ ପାରିବେ ବୋଲି ସେ କହିଥିଲେ ।

ଅଧିକ ପଢନ୍ତୁ: ଜନ୍ମାଷ୍ଟମୀର ନିଆରା ପରମ୍ପରା, ଶ୍ରୀକୃଷ୍ଣଙ୍କ ଜନ୍ମରେ ଦିଆଯାଏ ତୋପ ସଲାମୀ

ସେ ଆହୁରି ମଧ୍ୟ କହିଥିଲେ କି ଏହା ହେବା ଦ୍ବାରା ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାର ସମ୍ଭାବନା ଦେଖାଦେଇଛି । ବିଦେଶୀ ପର୍ଯ୍ୟଟକ ଦେଶକୁ ଆସିଲେ ବିଦେଶୀ ମୁଦ୍ରା ମଧ୍ୟ ବୃଦ୍ଧି ପାଇବ । ସେ ଆହୁରି ମଧ୍ୟ କହିଥିଲେ କି ପାହାଡ଼ି ରାଜ୍ୟ ଗୁଡ଼ିକରେ ପର୍ବତାରୋହଣ ଓ ଟ୍ରାକିଂ କରିବାକୁ ରାଜ୍ୟ ପର୍ଯ୍ୟଟନ ସଚିବମାନେ ନିବେଦନ କରିଥିଲେ । ଯାହାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ବିଶେଷ କରି ସିକ୍କିମ, ହିମାଚଳ ପ୍ରଦେଶ, ଜମ୍ମୁ ଓ ଉତ୍ତରାଖଣ୍ଡର ପର୍ଯ୍ୟଟନ ପାଇଁ ବିଭାଗୀୟ ସଚିବମାନେ ଅନୁମୋଦନ ମାଗିଥିଲେ ।

ତେବେ କେନ୍ଦ୍ର ସରକାର ସ୍ବୀକୃତି ଦେଇଥିଲେ ମଧ୍ୟ ନିୟମ ପ୍ରସ୍ତୁତ କରିନାହାଁନ୍ତି । କିନ୍ତୁ ଖୁବ ଶୀଘ୍ର ଏଥିପାଇଁ ନିୟମ ପ୍ରସ୍ତୁତ କରାଯିବ ବୋଲି ସେ କହିଥିଲେ । ପାହାଡ଼ୀ ରାଜ୍ୟ ଗୁଡ଼ିକର ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.