ETV Bharat / bharat

ହଟିଲା ହାଇଡ୍ରୋକ୍ସିକ୍ଲୋରୋକ୍ବିନ ରପ୍ତାନୀ ଉପରେ ଲାଗିଥିବା କଟକଣା - export ban on anti-malarial drug hydroxychloroquine

ମହାମାରୀକୁ ନଜରରେ ରଖି କେନ୍ଦ୍ର ସରକାର ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଥିଲେ । ଏବେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ରପ୍ତାନୀ ଉପରେ ଲାଗିଥିବା କଟକଣା ହଟିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ରପ୍ତାନୀ ଉପରେ ଲାଗିଥିବା କଟକଣା ହଟିଲା

author img

By

Published : Jun 19, 2020, 8:26 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ନଜରରେ ରଖି କେନ୍ଦ୍ର ସରକାର ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଥିଲେ । ଯଦିଓ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ହେଲେ ସରକାର ହାଇଡ୍ରୋକ୍ସି କ୍ଲୋରୋକୁଇନର ଏପିଆଇ ବା ଔଷଧ ତିଆରି ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ରପ୍ତାନୀ ଉପରୁ ରୋକ୍ ହଟାଇ ଦେଇଛନ୍ତି ।

ଯଦିଓ କୋରୋନା ପାଇଁ ଏହି ଔଷଧ ନୁହେଁ, ହେଲେ ଆମେରିକା, ବ୍ରାଜିଲ୍ ସମେତ ଅନେକ ଦେଶ ଏହି ଔଷଧକୁ ବ୍ୟବହାର କରୁଥିଲେ । କୋରୋନା ବେଳେ ଏହି ଔଷଧ ରପ୍ତାନୀ ଉପରେ ସରକାର ଲଗାଇଥିଲେ । ହେଲେ କିଛି ଦେଶ ଭାରତକୁ ଏହି ଔଷଧ ମାଗିବା ପରେ ସରକାର ସ୍ବତନ୍ତ୍ର ଭାବରେ ଏହି ଔଷଧ ଶହେରୁ ଅଧିକ ଦେଶକୁ ରପ୍ତାନୀ କରିଥିଲେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନା ଆକ୍ରାନ୍ତଙ୍କ ପାଇଁ ଏହି ଔଷଧ ବ୍ୟବହାର କରିବାକୁ ଅନୁମତି ଦେଇ ନାହିଁ ।

ସୂଚନାଯୋଗ୍ୟ, ଜୁନ୍ 13 ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋରୋନା ପାଇଁ ରେମଡିସିଭିର ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ପୂର୍ବରୁ କିନ୍ତୁ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ସରକାର ଗୁରୁତ୍ବ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.