ETV Bharat / bharat

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଇମ୍ରାନ !

ମେ' 30 ରେ ଦ୍ବିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମୋରୋହ ପାଇଁ ଏବେ ସୁଦ୍ଧା କାହାକୁ ଔପଚାରିକ ନିମନ୍ତ୍ରଣ ଦିଆଯାଇନାହିଁ । କିନ୍ତୁ ମୋଦି ସରକାର ଚଳିତ ଥର ମଧ୍ୟ ପଡୋଶୀ ଦେଶର ନେତାଙ୍କୁ ଏହି ସମାରୋହରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

author img

By

Published : May 26, 2019, 1:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁମତର ସହ ବିଜୟ ହାସଲ କରି ନିଜର ଦ୍ବିତୀୟ ପାରି ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ' 30 ରେ ସେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଏହି ଶପଥ ଗ୍ରହଣ ସମୋରୋହ ପାଇଁ ଏବେ ସୁଦ୍ଧା କାହାକୁ ଔପଚାରିକ ନିମନ୍ତ୍ରଣ ଦିଆଯାଇ ନାହିଁ । କିନ୍ତୁ ମୋଦି ସରକାର ଚଳିତ ଥର ମଧ୍ୟ ପଡୋଶୀ ଦେଶର ନେତାଙ୍କୁ ଏହି ସମାରୋହରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସାର୍କ ଦେଶ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କିରିଛନ୍ତି । ଏନେଇ ସେ ଭାରତୀୟ ଅଧିକାରୀଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି । କିନ୍ତୁ କାର୍ଯ୍ୟକ୍ରମକୁ ନେଇ ନୂଆଦିଲ୍ଲୀରୁ ଔପଚାରିକ ରୂପରେ ନିମନ୍ତ୍ରଣ ଆସିବା ପରେ ହିଁ ଏଥିରେ ଯୋଗ ଦେବାର ପୃଷ୍ଠି କରିବେ ବୋଲି ସୂଚନା ମିଳିଛି ।

ତେବେ ଯଦି ସାର୍କଦେଶକୁ ଆମନ୍ତ୍ରିତ କରାଯାଏ ତ' ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମ ମଧ୍ୟ ଏଥିରେ ସାମିଲ କରାଯିବ କି ନାହିଁ ତାର ଅଟକଳ ଲଗାଇବା କାଠିକର ପାଠ ହେବ । ଭାରତ ଏବଂ ପାକ୍‌ ମଧ୍ୟରେ ଚାଲିଥିବା ତିକ୍ତତାକୁ ଦେଖିଲେ ଇମ୍ରାନଙ୍କ ଭାରତ ଆସିବାର ଆଶଙ୍କା ଖୁବ୍‌ କମ୍‌ ରହିଛି ।

ସୂଚନା ଯୋଗ୍ୟ ଯେ, 2014 ରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାର୍କ ନେତାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହି ସମାରୋହରେ ତତ୍କାଳୀନ ପାକ୍‌ ପ୍ରଧାନମନ୍ତ୍ରୀ ନବାଜ ସରୀଫ ମଧ୍ୟ ସାମିଲ ଥିଲେ ।

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.