ETV Bharat / bharat

ଗୌହାଟି ବିସ୍ଫୋରଣ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଗୌହାଟି ବିସ୍ଫୋରଣ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ନାଗାଁଓ ପୋଲିସ । ଅଭିଯୁକ୍ତ ଜଣଙ୍କ ଇନ୍ଦ୍ରମୋହନ ବୋରା ବୋଲି ଜଣାପଡିଛି ।

author img

By

Published : May 18, 2019, 10:57 AM IST

ଫଟୋ ସୌଜନ୍ଯ: ଏଏନଆଇ

ଗୌହାଟି: ଗୌହାଟି ବିସ୍ଫୋରଣ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ନାଗାଁଓ ପୋଲିସ । ଶୁକ୍ରବାର ଗୌହାଟି ଗ୍ରେନେଡ ବିସ୍ଫୋରଣ ଘଟଣାରେ ସାମିଲ ଥିବା ଆରୋପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ନାଗାଁଓ ପୋଲିସ । ତେବେ ଅଭିଯୁକ୍ତ ଜଣଙ୍କ ଇନ୍ଦ୍ରମୋହନ ବୋରା ବୋଲି ଜଣାପଡିଛି ।

ଏକ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବ୍ୟକ୍ତି ଜଣଙ୍କ ପ୍ରଥମେ ସପିଙ୍ଗ୍ ମଲ ଯାଇ ରସିଦ ଗ୍ରହଣ କରିଥିଲେ। ଏଥିସହ ଅଭିଯୁକ୍ତଙ୍କର ସୋସିଆଲ ମିଡିଆ ଦ୍ବାରା ଅନ୍ୟ ଉଲଫା ନେତାମାନଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୁକ୍ତ ନିଜେ ସ୍ବିକାର କରିଛନ୍ତି ।ତେବେ ଏନେଇ ନାଗାଁଓ ସୁପରିଟେଣ୍ଡଣ୍ଟ ପୋଲିସ ଶଙ୍କର ବାତ୍ରା ରାଇମେଢି ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ତେବେ ଏହି ଘଟଣାରେ ପୋଲିସ ଉଲ୍ଫା ନେତା ପ୍ରଣମୟ ରାଜଗୁରୁ ଏବଂ ଟିଭି ଅଭିନେତ୍ରୀ ଜାହ୍ନବୀ ସୌକିୟାଙ୍କୁ ମେ 16ରେ ଗିରଫ କରିଥିଲେ । ଏଥିସହ ସେମାନଙ୍କ ଠାରୁ ଭାରିମାତ୍ରାରେ ଗୋଳାବାରୁଦ ଜବତ କରାଥିଲେ ।

ପ୍ରକାଶ ଥାଉ କି, ମେ 15 ରାତି ପ୍ରାୟ 8ଟା ସମୟରେ ଗୌହାଟି ସେଣ୍ଟ୍ରାଲ ମଲ୍ ନିକଟରେ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ 12ଜଣରୁ ଊର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.