ETV Bharat / bharat

ସୋନୁ ନିଗମଙ୍କ ନାଁରେ ସାଘାଂତିକ ଅଭିଯୋଗ, ଫେରାଉନାହାଁନ୍ତି ଆଡଭାନ୍ସ ଟଙ୍କା - sonu nigam news

ସୋନୁ ନିଗମ୍‌ଙ୍କ ନାମରେ ସାଘାଂତିକ ଅଭିଯୋଗ । 40 ଲକ୍ଷ ଟଙ୍କାର ଆଡଭାନ୍ସ ନ ଫେରାଇବାରୁ ନୋଟିସ୍‌ । ତିନି ଦିନ ଭିତରେ ଜିଏସଟି ସହିତ 40 ଲକ୍ଷ ଟଙ୍କା ଫେରାଇବାକୁ ଗୋରଖପୁର ମହୋତ୍ସବର ଚେତାବନୀ । ଏହି ସମୟରେ ଟଙ୍କା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ।

Gorakhpur administration
ସୋନୁ ନିଗମ ନାମରେ ସାଘାଂତିକ ଅଭିଯୋଗ, ଫେରାଉନାହାଁନ୍ତି ଆଡଭାନ୍ସ ଟଙ୍କା
author img

By

Published : Feb 20, 2020, 10:32 AM IST

ଲକ୍ଷ୍ନୌ: ସୋନୁ ନିଗମ୍‌ଙ୍କ ନାମରେ ସାଘାଂତିକ ଅଭିଯୋଗ । 40 ଲକ୍ଷ ଟଙ୍କାର ଆଡଭାନ୍ସ ନ ଫେରାଇବାରୁ ନୋଟିସ୍‌ । ତିନି ଦିନ ଭିତରେ ଜିଏସଟି ସହିତ 40 ଲକ୍ଷ ଟଙ୍କା ଫେରାଇବାକୁ ଗୋରଖପୁର ମହୋତ୍ସବର ଚେତାବନୀ । ଏହି ସମୟରେ ଟଙ୍କା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ।

ସୂଚନା ଅନୁସାରେ, ଜାନୁଆରୀ 13 ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ମହୋତ୍ସବରେ ଯୋଗଦେବା ଲାଗି ଗାୟକ ସୋନୁ ନିଗମ୍‌ ଆଡଭାନ୍ସ ନେଇଥିଲେ । ହେଲେ ଏଥିରେ ଯୋଗ ଦେଇନଥିଲେ କି ଆଡଭାନ୍ସ ମଧ୍ୟ ଫେରାଇନଥିଲେ । ଫଳରେ କମିଟି ପକ୍ଷରୁ ତାଙ୍କୁ ମେଲ ଜରିଆରେ ଏକ ନୋଟିସ ଦିଆଯାଇଛି । ଏଥିରେ ତାଙ୍କୁ 3 ଦିନ ଭିତରେ ଟଙ୍କା ଫେରାଇବାକୁ କୁହାଯାଇଛି ।

ଏହି ଅବଧି ଭିତରେ ଟଙ୍କା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଜାନୁଆରୀ 11 ତାରିଖରୁ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିଥିଲା । ଶେଷ ଦିନରେ ସୋନୁ ନିଗମ ଆସିବାର କାର୍ଯ୍ୟକ୍ରମ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.