ETV Bharat / bharat

5,300 ଆଞ୍ଚଳିକ ଖବର ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇବ ଗୁଗୁଲ

author img

By

Published : May 30, 2020, 6:36 AM IST

ଭାରତରେ ଆଞ୍ଚଳିକ ଖବର ସଂସ୍ଥା ଯଥା ଇଷ୍ଟ ମୋଜୋ ଓ ମିନ୍ନାମ୍ବଲାମ ସମେତ ମୋଟ 53000 ସଂସ୍ଥାକୁ ଆପାତକାଳୀନ ଫଣ୍ଡ ଯୋଗାଇବ ଗୁଗୁଲ । ଏନେଇ କମ୍ପାନୀ ଘୋଷଣା କରିଛି ।

google news initiative innovative, journalism emergency relief fund, google to provide fund to news organisation, google latest news, googl's help to local news organisation, ଗୁଗୁଲ ନ୍ୟୁଜ ଇନିସିଏଟିଭ ଇନୋଭେଟିଭ, ଜର୍ଣ୍ଣାଲିଜିମ ଏମର୍ଜେନ୍ସି ରିଲିଫ ଫଣ୍ଡ, ଗୁଗୁଲର ଖବର ସଂସ୍ଥାକୁ ଆର୍ଥିକ ସହାୟତା, ଆଞ୍ଚଳିକ ଖବର ସଂସ୍ଥାକୁ ଗୁଗୁଲର ସହାୟତା, ଗୁଗୁଲ ଲାଟେଷ୍ଟ ନ୍ୟୁଜ୍‌
5,300 ଆଞ୍ଚଳିକ ଖବର ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇବ ଗୁଗୁଲ

ନୂଆଦିଲ୍ଲୀ: ଭାରତରେ ଆଞ୍ଚଳିକ ଖବର ସଂସ୍ଥା ଯଥା ଇଷ୍ଟ ମୋଜୋ ଓ ମିନ୍ନାମ୍ବଲାମ ସମେତ ମୋଟ 53000 ସଂସ୍ଥାକୁ ଆପାତକାଳୀନ ଫଣ୍ଡ ଯୋଗାଇବ ଗୁଗୁଲ । ଏନେଇ କମ୍ପାନୀ ଘୋଷଣା କରିଛି । ଘୋଷଣା ମୁତାବକ କମ୍ପାନୀ ଏହି ସମସ୍ତ ଆଞ୍ଚଳିକ ସଂସ୍ଥା ଗୁଡିକୁ 5,000 ଡଲାରରୁ 30,000 ଡଲାର ବା 3.7 ଲକ୍ଷରୁ 22.7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇବାର ନିଷ୍ପତ୍ତି ନେଇଛି ।

ଡିଜିଟାଲ ଖବର ସଂସ୍ଥା, ଇଷ୍ଟ ମୋଜୋକୁ ଗୁଗୁଲ ଦ୍ବାରା ମିଳିବାକୁ ଥିବା ଅର୍ଥରାଶିକୁ ସଂସ୍ଥା ଏହାର ସମ୍ବାଦଦାତାକୁ ଯୋଗାଇବାର ନିଷ୍ପତ୍ତି ନେଇଛି । ଏହାଦ୍ବାରା ଉତ୍ତର ଭାରତର ବିଭିନ୍ନ ଅପହଞ୍ଚ ଇଲାକାରେ କୋରୋନାର ପ୍ରଭାବକୁ ସମ୍ବାଦଦାତାମାନେ ଲୋକଙ୍କ ସାମ୍ନାକୁ ଆଣିପାରିବେ । ସେହିପରି ଚେନ୍ନାଇସ୍ଥିତ ତାମିଲ ପବ୍ଲିକେଶନ ମିନ୍ନାମ୍ବଲାମ କହିଛି କି ଏହି ସହାୟତା ଦ୍ବାରା ସଂସ୍ଥା ପୁଣି ଅଣ୍ଟା ସଳଖିବାର ନୂଆ ଆଶା ଓ ସାହସ ଫେରିପାଇଛି ।

କୋରୋନା ପ୍ରଭାବରେ ଖବର ସଂସ୍ଥା ସବୁଠାରୁ ଅଧିକ ଛାରଖାର ହୋଇଥିବା ଦେଖିବାକୁ ମିଳିଛି । ଅର୍ଥାଭାବ ଯୋଗୁଁ ଅନେକ ସଂସ୍ଥା ବନ୍ଦ କରିବାକୁ ବାଧ୍ୟ ହୋଇଥିବା ବେଳେ ଅନେକ ସଂସ୍ଥା ଲକଡାଉନ କଟକଣା ଯୋଗୁଁ ଭୋଗିଛି ଅନେକ କ୍ଷତି । ଏମିତିରେ ଆର୍ଥିକ ସହାୟତା ଯୋଗାଇବାକୁ ଗୁଗୁଲର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତେବେ ଗୁଗୁଲ ନ୍ୟୁଜ୍‌ ଇନିସିଏଟିଭ ଇନୋଭେଟିଭ ଗତ ମାସରେ ଏହି ପ୍ରୟାସତକୁ ଜର୍ଣ୍ଣାଲିଜିମ ଏମର୍ଜେନ୍ସି ରିଲିଫ ଫଣ୍ଡ ଆକାରରେ ଲଞ୍ଚ କରିଥିଲା ।

ଏହି ଖବର ପ୍ରକାଶ ପାଇବା ପରେ କମ୍ପାନୀକୁ ଦୁଇ ସପ୍ତାହ ମଧ୍ୟରେ 140 ଦେଶରୁ 12,000 ସଂସ୍ଥା ସହାୟତା ପାଇଁ ନିବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ 90 ପ୍ରତିଶତ ସଂସ୍ଥାରେ 26 ଜଣରୁ କମ ଲୋକେ ରହିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.