ETV Bharat / bharat

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ‘ମିତ୍ରୋଁ’ ଆପ୍‌

ଗତ କିଛି ଦିନ ହେବ ଦେଶରେ ନିଆଁ ଗତିରେ ବ୍ୟାପିଥିଲା ଟିକ୍‌ଟକ ଭର୍ସେସ ୟୁଟ୍ୟୁବ ବିବାଦ । ଟିକ୍‌ଟକ୍‌କୁ ବିଭିନ୍ନ ମହଲରେ ନିନ୍ଦା ପରେ ଲଞ୍ଚ ହୋଇଥିଲା ଏହାର ଦେଶୀ ଭର୍ସନ ‘ମିତ୍ରୋଁ’ ଆପ୍‌ । ଯାହାକୁ ମଙ୍ଗଳବାର ଗୁଗୁଲ ପ୍ଲେ ଷ୍ଟୋରରୁ ଡିଲିଟ କରାଯାଇଛି ।

author img

By

Published : Jun 3, 2020, 12:39 AM IST

google play store, mitron app, mitron app deleted from google play store, latest technology news, ଗୁଗୁଲ ପ୍ଲେ ଷ୍ଟୋର, ମିତ୍ରୋଁ ଆପ୍‌, ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋଁ ଆପ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ‘ମିତ୍ରୋଁ’ ଆପ୍‌

ହାଇଦ୍ରାବାଦ: ଗତ କିଛି ଦିନ ହେବ ଦେଶରେ ନିଆଁ ଗତିରେ ବ୍ୟାପିଥିଲା ଟିକ୍‌ଟକ ଭର୍ସେସ ୟୁଟ୍ୟୁବ ବିବାଦ । ଟିକ୍‌ଟକ୍‌କୁ ବିଭିନ୍ନ ମହଲରେ ନିନ୍ଦା ପରେ ଲଞ୍ଚ ହୋଇଥିଲା ଏହାର ଦେଶୀ ଭର୍ସନ ‘ମିତ୍ରୋଁ’ ଆପ୍‌ । ଯାହାକୁ ମଙ୍ଗଳବାର ଗୁଗୁଲ ପ୍ଲେ ଷ୍ଟୋରରୁ ଡିଲିଟ କରାଯାଇଛି । ମାତ୍ରାଧିକ ସ୍ପାମ ଓ ପଲିସି ଫଙ୍କସନାଲିଟି ଉଲଙ୍ଘନ ଅଭିଯୋଗରେ ଏହାକୁ ଡିଲିଟ କରାଯାଇଥିବା କମ୍ପାନୀ ସ୍ପଷ୍ଟ କରିଛି ।

ଗୁଗୁଲର ପଲିସି ଅନୁଯାଯୀ ଗୋଟିଏ ଆପ୍‌ ୟୁଜର୍ସଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ଭିନ୍ନ କଣ୍ଟେଣ୍ଟ ଓ ସେବା ଯୋଗାଇବାର ଆବଶ୍ୟକତା ରହିଛି । ଯଦି କୌଣସି ଆପ୍‌ ସେବା ବଦଳରେ ଅନ୍ୟଙ୍କୁ ନିଚ୍ଚା ଦେଖାଇବା ବା ଅପମାନିତ କରିବା ଭଳି ତଥ୍ୟ ଦେଖାଏ ତେବେ ଏହାକୁ ପ୍ଲେ ଷ୍ଟୋରରୁ ଡିଲିଟ କରାଯିବ । ସମାନ ଭାବେ ଯଦି କୌଣସି ଆପ୍‌ ଅନ୍ୟ ଆପ୍‌ ଭଳି ସମାନ ସେବା ଯୋଗାଏ ତେବେ ତାହାକୁ ମଧ୍ୟ ଡିଲିଟ କରାଯିବ ।

କିଛି ଦିନ ତଳେ ଟିକଟକ ଆପ୍‌ର କ୍ଲୋନ ଟିକଟିକ ଆପ୍‌ର ଏକ ନୂଆ ଭର୍ସନ ଭାବେ ମିତ୍ରୋଁ ଆପ୍‌ ନାଁରେ ବାରମ୍ବାର ରିପୋର୍ଟ ହେବା ପରେ ଗୁଗୁଲ ଏହି ଆପ୍‌କୁ ନେଇ ବିଚାର ବିମର୍ଶ ଆରମ୍ଭ କରିଥିଲା । ଏହି ଆପ୍‌ରେ ଲୋକେ ଛୋଟ ଭିଡିଓ ପ୍ରସ୍ତୁତ କରିପାରିବେ । ତେବେ ଏହି ଆପ୍‌ର ସୋର୍ସ କୋଡ ପ୍ରସ୍ତୁତ କରିଥିଲା ଡେଭେଲପର ପାକିସ୍ତାନୀ ହୋଇଥିବାରୁ ଏହି ଆପ୍‌ର ପାକିସ୍ତାନୀ ଲିଙ୍କ ରହିଥିବା ଜଣା ପଡିଥିଲା ।

ତେବେ ଅଧିକ ତଦନ୍ତରୁ ଜଣା ପଡିଥିଲା କି କ୍ୟୁବୋକ୍ସସ ନାମକ ପାକିସ୍ତାନୀ ଦଳ ଟିକଟିକ ଆଣ୍ଡ୍ରଏଡ ମିଡିଆ ଆପ୍‌କୁ ବ୍ୟବହାର କରି 2.5 ଭର୍ସନରେ ଛୋଟ ଭିଡିଓ ପ୍ରସ୍ତୁତ କରୁଥିବା ଦେଖାଯାଇଥିଲା । ପରେ ଏହି କଣ୍ଟେଣ୍ଟକୁ କୋଡକାନ୍ୟୋନ ନାମକ ପ୍ଲାଟଫର୍ମରେ 34 ଡଲାରରେ ବିକ୍ରି କରୁଥିବା ଜଣା ପଡିଥିଲା । ସେପଟେ ଭାରତରେ ଆଣ୍ଟି-ଚାଇନା ସ୍ଲୋଗାନ ବ୍ୟାପିଥିବା ବେଳେ ଏହି ସମୟର ଲାଭ ଉଠାଇ ଲୋକପ୍ରିୟତା ପାଇଥିଲା ମିତ୍ରୋଁ ଆପ୍‌ ।

ହେଲେ ଯଦି ମିତ୍ରୋଁ ଆପ୍‌ର ପ୍ରସ୍ତୁତକାରୀ ଟିମ୍‌ ଏହା ୟୁଜର୍ସଙ୍କ ସାଧାରଣ ଆବଶ୍ୟକତାକୁ ପୂରଣ କରୁଛି ବୋଲି ଭାବନ୍ତି ତେବେ ସେମାନେ ଗୁଗୁଲ ବିରୋଧରେ ଏହି କାର୍ଯ୍ୟକଳାପକୁ ନେଇ ରିପୋର୍ଟ କରିପାରନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.