ETV Bharat / bharat

ଭାରତରେ ପ୍ରତି ଜିମେଲ ଆକାଉଣ୍ଟରେ ଆଡ ହେଲା ‘ଗୁଗୁଲ ମିଟ’

ଗୁଗୁଲ ଲଞ୍ଚ କରିଥିବା ନିଜସ୍ବ ଆପ୍‌ ମିଟ ଏବେ ସାରା ବିଶ୍ବରେ ଥିବା ଜିମେଲ ଆକାଉଣ୍ଟରେ ପହଞ୍ଚିଛି । ଭାରତରେ ମଧ୍ୟ ବ୍ୟବହୃତ ଜିମେଲ ଆକାଉଣ୍ଟଗୁଡିକରେ ଏବେ ମିଟ ଆଡ ହୋଇଛି ।

author img

By

Published : May 15, 2020, 1:09 AM IST

gmail, google meet, google meet in gmail reached india, google meet in gmail, latest technology news, ଜିମେଲ, ଗୁଗୁଲ ମିଟ, ଭାରତ ପହଞ୍ଚିଲା ଜିମେଲରେ ଗୁଗୁଲ, ଜିମେଲରେ ଗୁଗୁଲ ମିଟ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଭାରତରେ ପ୍ରତି ଜିମେଲ ଆକାଉଣ୍ଟରେ ଆଡ ହେଲା ‘ଗୁଗୁଲ ମିଟ’

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକେ ଘରେ ବନ୍ଦୀ ଥିବା ବେଳେ ଭିଡିଓ କନଫରେନ୍ସିଂର ବଢୁଛି ଡିମାଣ୍ଡ । ସେ ଘର ଲୋକଙ୍କ ସହ ଗ୍ରୁପ କଲ ହେଉ କିମ୍ବା ଅଫିସର ମିଟିଂ, ପ୍ରତିଟି କ୍ଷେତ୍ରରେ ଭିଡିଓ କନଫରେନ୍ସିଂ ରହିଛି ଭରପୂର ଆବଶ୍ୟକତା । ଏମିତିରେ ଗୁଗୁଲ ଲଞ୍ଚ କରିଥିବା ନିଜସ୍ବ ଆପ୍‌ ମିଟ ଏବେ ସାରା ବିଶ୍ବରେ ଥିବା ଜିମେଲ ଆକାଉଣ୍ଟରେ ପହଞ୍ଚିଛି । ଭାରତରେ ମଧ୍ୟ ବ୍ୟବହୃତ ଜିମେଲ ଆକାଉଣ୍ଟଗୁଡିକରେ ଏବେ ମିଟ ଆଡ ହୋଇଛି । ଏହାଦ୍ବାରା ଏହି ଆପ୍‌କୁ ସ୍ବତନ୍ତ୍ର ଭାବେ ଡାଉନଲୋଡ ନକରି ଲୋକେ ନିଜ ଜିମେସ ଆକାଉଣ୍ଟ ଜରିଆରେ ଗ୍ରୁପ ଭିଡିଓ କଲ କରିପାରିବେ ।

ଗୁଗୁଲ ମିଟ ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଜିମେଲ ଆକାଉଣ୍ଟ ଥିବା ଯେକୌଣସି ବ୍ୟକ୍ତି ଏଥିରେ ସାଇନ ଅପ କରି ଭିଡିଓ କନଫରେନ୍ସ କରିପାରିବେ । ବର୍ତ୍ତମାନ ୟୁଜର୍ସ ନିଜ ଜିମେଲର ବାମ ପାର୍ଶ୍ବରେ ଥିବା ମେନ୍ୟୁ ବକ୍ସରେ ‘Start a meeting’ ଓ ‘join a meeting’ର ଦୁଇଟି ଅପ୍ସନ ଦେଖିପାରିବେ । ତେଣୁ ଏକ ଭିଡିଓ କଲ ଆରମ୍ଭ କରିବାକୁ ହେଲେ ଏହି ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହାପରେ ଗୁଗୁଲ ମିଟ ଆପଣଙ୍କୁ ଲାପଟପ ବା ଡେସ୍କଟପର କ୍ୟାମେରା ଓ ମାଇକ୍ରୋଫୋନ ପାଇଁ ଆକ୍ସେସ ମାଗିବ । ଏହା ଆପଣ ଥରେ ଆପ୍ରୁଭ କଲେ ଆପଣ ଯେକୌଣସି ଗ୍ରୁପ କଲରେ ସାମିଲ ହୋଇପାରିବେ ।

ଯଦି ଆପଣଙ୍କୁ ଏକ ମିଟିଂରେ ସାମିଲ ହେବାର ଅଛି ତେବେ ଆପଣଙ୍କୁ ପପ୍‌ ଅପ୍‌ ବକ୍ସରେ ମିଟିଂ କୋଡ ପଞ୍ଚ କରିବାକୁ ହେବ । ସେହିପରି ଆପଣ ଏକ ଭିଡିଓ କଲ ଆରମ୍ଭ କରିବାକୁ ଚାହୁଁଥିଲେ ଏଥିପାଇଁ ଆପଣଙ୍କୁ ନିଜ କଣ୍ଟାକ୍ଟରୁ ରିକ୍ବେଷ୍ଟ କରିବାକୁ ପଡିବ । ରିକ୍ବେଷ୍ଟ କୋଡ ପଞ୍ଚ କରିବା ଦ୍ବାରା ଆପଣ ମଧ୍ୟ ଗ୍ରୁପ ଭିଡିଓ କଲ ଆରମ୍ଭ କରିପାରିବେ । ସେପଟେ ଆପ୍‌ର ସରଳ ବ୍ୟବହାର ପାଇଁ ଦୈନିକ ଏହାର ବ୍ୟବହାର ମାତ୍ରା 30 ପ୍ରତିଶତ ବଢୁଥିବା ପ୍ରକାଶ କରିଛନ୍ତି ଜି ସୁଟର ଭାଇସ ପ୍ରେସିଡେଣ୍ଟ ତଥା ସାଧାରଣ ସମ୍ପାଦକ ଜାଭିଅର ସୋଲେଟ୍ରୋ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.