ନୂଆଦିଲ୍ଲୀ: ଡୁଡଲ କରି ଗୁଗଲ ସ୍କଟଲ୍ୟାଣ୍ଡ ବିଜ୍ଞାନ ଲେଖକ ମ୍ୟାରି ସମରଭିଲେଙ୍କୁ ସମ୍ମାନ ଜଣାଇଛି । 1826 ମସିହା ଆଜିର ଦିନରେ ମ୍ୟାରିଙ୍କ ଗବେଷଣା ଭିତ୍ତିକ ରସାୟନ ବିଜ୍ଞାନ ପେପର ଲଣ୍ଡନର ରୟାଲ ସୋସାଇଟି ଦ୍ବାରା ପଢାଯାଇଥିଲା ।
ଏହା ପ୍ରଥମ ପେପର ଥିଲା ଯାହା ଜଣେ ମହିଳା ଲେଖିକାଙ୍କ ଦ୍ବାରା ସମ୍ମାନଜନକ ଫିଲୋସୋଫିକାଲ ଧାରାରେ ପ୍ରକାଶ ଲାଭ କରିଥିଲା । ଏତେ ବର୍ଷର ପ୍ରକାଶନ ଏବେ ବି ଲୋକମାନଙ୍କ ମଧ୍ୟରେ ଆଦୃତ ରହିଛି ।
ମ୍ୟାରି ସ୍କଟଲ୍ୟାଣ୍ଡରେ ଡିସେମ୍ବର 26, 1790 ମସିହାରେ ଜନ୍ମଗ୍ରହଣ କରିଥିଲେ। ନିଜର ପିଲାଦିନକୁ ମ୍ୟାରି ମା'ଙ୍କ କାମରେ ସାହାଯ୍ୟ କରିବା ସହ ଘର କାମ ଓ ବଗିଚା କାମରେ ବିତାଇ ଦେଇଥିଲେ । ହେଲେ 10 ବର୍ଷ ବୟସରେ ଉତ୍ତମ ଶିକ୍ଷା ପାଇଁ ତାଙ୍କ ପିତା ତାଙ୍କୁ ବୋର୍ଡିଂ ସ୍କୁଲକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ।
ବୋର୍ଡିଂ ସ୍କୁଲରେ ପଢୁଥିବା ସମୟରେ ଶିକ୍ଷକ ମ୍ୟାରିଙ୍କୁ ବିଭିନ୍ନ ଫଣ୍ଡାମେଣ୍ଟାଲ ପେଣ୍ଟି ଉପରେ ଶିକ୍ଷା ଦେଉଥିଲେ। ସ୍କୁଲ ପଢା ସମୟରୁ ହିଁ ମ୍ୟାରି ଏହି ସମସ୍ତ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।