ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଗୁଗଲରେ ସ୍ଥାନ ପାଇଛନ୍ତି ଆନ୍ତର୍ଜାତୀୟ ସମଲିଙ୍ଗୀ ମୁକ୍ତି କାର୍ଯ୍ୟକର୍ତ୍ତା ତଥା ଆତ୍ମ-ଚିହ୍ନିତ ଡ୍ରାଗ୍ କୁଇନ୍ ମାର୍ଶା ପି ଜନସନ। ନିଆରା ଢଙ୍ଗରେ ରଙ୍ଗୀନ ଫଟୋରେ ଗୁଗଲ ତାର ଡୁଡଲ ସହ ତାଙ୍କୁ ସମ୍ମାନିତ କରିଛି। ମାର୍ଶାଙ୍କ ଏକ ଜୀବନ୍ତ ଡୁଡଲ ଗର୍ବ ମାସ 2020 ର ଶେଷରେ ଆସିଥିଲା ।
ସମଲିଙ୍ଗୀ କାର୍ଯ୍ୟକର୍ତ୍ତା ମାର୍ଶା ପି ଜନସନ ସମଲିଙ୍ଗୀ ଅଧିକାର ଚିନ୍ତା ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଅଟନ୍ତି । ମାର୍ଶା ଗେ ଲିବରେସନ୍ ଫ୍ରଣ୍ଟ ପ୍ରତିଷ୍ଠା କରିଥିଲେ ଏବଂ ଘନିଷ୍ଠ ବନ୍ଧୁ ସିଲଭିଆ ରିଭେରାଙ୍କ ସହ ମୌଳିକ କାର୍ଯ୍ୟକର୍ତ୍ତା ଗୋଷ୍ଠୀ ଷ୍ଟ୍ରିଟ୍ ଟ୍ରାନ୍ସଭେଷ୍ଟାଇଟ୍ ଆକ୍ସନ୍ ରିଭୋଲ୍ୟୁସନାରୀର ସହ-ପ୍ରତିଷ୍ଠାତା ଥିଲେ।
![ଗୁଗଲ ଡୁଡଲରେ ଆନ୍ତର୍ଜାତୀୟ ସମଲିଙ୍ଗୀ ଡ୍ରାଗ କୁଇନ ମାର୍ଶାଙ୍କୁ ସମ୍ମାନ](https://etvbharatimages.akamaized.net/etvbharat/prod-images/download_3006newsroom_1593493023_932.jpg)
ମାର୍ଶା 'ଖ୍ରୀଷ୍ଟୋଫର୍ ର ଷ୍ଟ୍ରିଟ୍ ମେୟର' ଭାବରେ ମଧ୍ୟ ଜଣାଶୁଣା ଥିଲେ। ଏବଂ 1987 ରୁ 1992 ପର୍ଯ୍ୟନ୍ତ ସେ ଆକ୍ଟ ଅପ୍ ସହିତ ଜଣେ ଏଡସ୍ କାର୍ଯ୍ୟକର୍ତ୍ତା ଥିଲେ। ସେ ପ୍ରଥମ ସମଲିଙ୍ଗୀ ମହିଳା ଯିଏ 1969ରେ ଷ୍ଟୋନୱାଲ୍ ବିଦ୍ରୋହରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ରହସ୍ୟମୟ ଭାବେ ମାର୍ଶାଙ୍କ ମୃତ୍ୟୁ 1992 ଜୁଲାଇ 6 ତାରିଖରେ ହୋଇଥିଲା। ତାଙ୍କ ଗଳିତ ମୃତଶରୀର ହଡସନ ନଦୀରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଥିଲା। ଏହାକୁ ପୋଲିସ ଆତ୍ମହତ୍ୟା କରିଥିବା ସନ୍ଦେହ କରି ମାମଲା ରୁଜୁ କରିଥିଲା।