ETV Bharat / bharat

ନିସ୍ବାର୍ଥପର ସେବାର ଜୀବନ୍ତ ମୂର୍ତ୍ତି, ସ୍ବତନ୍ତ୍ର ଡୁଡଲ ସହ ଗୁଗଲର ଗୁରୁଦିବସ ପାଳନ - Teacher's day

ଜଣେ ଶିକ୍ଷକ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ। ସେଥିପାଇଁ ତ ଏକ ଶ୍କୋକ ଅଛି ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର… ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ। ଡୁଡଲ ସହ ଗୁଗଲର ନିଆରା ଗୁରୁ ଦିବସ ପାଳନ।

ନିସ୍ବାର୍ଥପର ସେବାର ଜୀବନ ମୂର୍ତ୍ତି, ଡୁଡଲ ସହ ଗୁଗଲର ଗୁରୁଦିବସ ପାଳନ

author img

By

Published : Sep 5, 2020, 8:40 AM IST

ନୂଆଦିଲ୍ଲୀ: ପିତା ମାତା ପିଲାଙ୍କୁ ଜନ୍ମ ଦେଇଥାନ୍ତି ହେଲେ ଜୀବନର ମୂଲ୍ୟବୋଧର ଶିକ୍ଷା ଦେଇଥାଏ ଜଣେ ଗୁରୁ। ଜଣେ ଶିକ୍ଷକ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାଏ। ସେଥିପାଇଁ ତ ଏକ ଶ୍କୋକ ଅଛି ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର… ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ।

ତେବେ ଜଣେ ପିଲା ଭଲ ମଣିଷ ହେବା ପଛରେ ଜଣେ ଶିକ୍ଷକଙ୍କ ହାତ ରହିଥାଏ। ଆଜି ହେଉଛି ସେହି ପବିତ୍ର ଦିନ ଗୁରୁ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖରେ ଦେଶବ୍ୟାପି ଏହାକୁ ପାଳନ କରାଯାଏ। ଏଭଳି ଏକ ସୁବର୍ଣ୍ଣ ସୁଯୋଗର ହାତଛଡା ଗୁଗଲ କେମିତି ବା କରିବ। ନିଜର ଡୁଡଲ ସାହାଯ୍ୟରେ ସେ ଏହି ଦିବସର ମାହାତ୍ମ୍ୟକୁ ଦର୍ଶାଇଛି। ଗୁଗଲ ତାର ଆନିମେସନ ଡୁଡଲ ଦ୍ବାରା ସମସ୍ତଙ୍କୁ ସ୍କୁଲ ଦିନକୁ ମନେ ପକାଇ ରଙ୍ଗୀନ ଅଧ୍ୟୟନ ସାମଗ୍ରୀ ସହିତ ଏକ ସ୍ୱତନ୍ତ୍ର ଡୁଡଲ୍ ପ୍ରସ୍ତୁତ କରିଛି।

ଡୁଡଲ୍ ରୁଲର, ପେଣ୍ଟିଂ କିଟ୍, ପ୍ଲାନେଟ୍, ଗାଣିତିକ ପ୍ରତୀକ ଇତ୍ୟାଦି ଜିନିଷ ବହନ କରିଛି। ଯାହା ବିଭିନ୍ନ ବିଷୟକୁ ଦର୍ଶାଉଛି। ଏବଂ ଆମ ପରିବେଶ ବିଷୟରେ ଆମକୁ ସୂଚନା ଦେବା ଏବଂ ଆମକୁ ଜ୍ଞାନବାନ କରିବାରେ ଶିକ୍ଷକମାନେ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତାହାକୁ ପ୍ରଦର୍ଶନ କରିଛି। ଶ୍ରେଷ୍ଠ ଏବଂ ନିସ୍ୱାର୍ଥପର ସେବା ଯୋଗାଇବା ପାଇଁ ଶିକ୍ଷକମାନଙ୍କୁ ପ୍ରଶଂସା କରି ଗୁଗୁଲ କହିଛି ଯେ ସେମାନେ ଆମକୁ ନିଜ ପାଇଁ ସର୍ବଶ୍ରେଷ୍ଠ ସଂସ୍କରଣ ହେବାକୁ ବାଟ ଦେଖାଇଥାନ୍ତି।

ଗୁଗୁଲ୍ ଡୁଡଲ୍ ବ୍ଲଗରେ କହିଛି, 'ଜଣେ ପ୍ରକୃତ ଶିକ୍ଷକ ହେଉଛନ୍ତି ଯିଏ ଅତୀତକୁ ବଞ୍ଚାଇ ରଖି ବର୍ତ୍ତମାନକୁ ବୁଝିବାରେ ସକ୍ଷମ ଅଟନ୍ତି। ଶିକ୍ଷକମାନେ ଆମର ପରାମର୍ଶଦାତା ଓ ଜଣେ ପ୍ରିୟ ବନ୍ଧୁ। କେବେ ତାଙ୍କର ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ ।

ଶିକ୍ଷକତା ମାଧ୍ୟମରେ ଭାରତକୁ ଆଗକୁ ନେବାର ନୂଆ ଉଦାହରଣ ସୃଷ୍ଟି କରିଥିବା ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡା. ସର୍ବପଲ୍ଲି ରାଧାକୃଷ୍ଣନଙ୍କର ଜନ୍ମଜୟନ୍ତୀ । ଏହି ଅବସରରେ ଦେଶର ସବୁ ଶିକ୍ଷକମାନଙ୍କୁ ଆନ୍ତରିକ ଶୁଭେଚ୍ଛା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.