ଡୁଡୁଲ କରି ମାଇକ୍ରୋ ବାୟୋଲୋଜିଷ୍ଟ ହଂସ ଖ୍ରୀଷ୍ଟିଆନଙ୍କ ଜନ୍ମବାର୍ଷିକୀ ପାଳୁଛି ଗୁଗୁଲ୍ - ହଂସ ଖ୍ରୀଷ୍ଟିଆନ ଜନ୍ମବାର୍ଷିକୀ ପାଳୁଛି ଗୁଗୁଲ୍
ଆଜି ଡେନିଶ ମାଇକ୍ରୋ ବାୟୋଲୋଜିଷ୍ଟ ହଂସ ଖ୍ରୀଷ୍ଟିଆନ ଗ୍ରାମଙ୍କ 166ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଡୁଡୁଲ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛି ଗୁଗୁଲ୍ । ଏହି ଡୁଡୁଲରେ ଗ୍ରାମ, ମାଇକ୍ରୋସ୍କୋପ ଏବଂ ବ୍ୟାକ୍ଟେରିଆର ନମୁନାକୁ ଅତି ନିଖୁଣତାର ସହ ଦର୍ଶାଇଯାଇଛି ।
ହାଇଦ୍ରାବାଦ: ଆଜି ଡେନିଶ ମାଇକ୍ରୋ ବାୟୋଲୋଜିଷ୍ଟ ହଂସ ଖ୍ରୀଷ୍ଟିଆନ ଗ୍ରାମଙ୍କ 166ତମ ଜନ୍ମ ବାର୍ଷିକୀ । ଏହି ଉପଲକ୍ଷେ ଡୁଡୁଲ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛି ଗୁଗୁଲ୍ । ଉକ୍ତ ଡୁଡୁଲଟି ମିକେଲ ସୋମର ନାମକ ଜଣେ ଅତିଥି କଳାକାର ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ଡୁଡୁଲରେ ଗ୍ରାମ, ମାଇକ୍ରୋସ୍କୋପ ଏବଂ ବ୍ୟାକ୍ଟେରିଆର ନମୁନାକୁ ଅତି ନିଖୁଣତାର ସହ ଦର୍ଶାଇଯାଇଛି ।
1853 ସେପ୍ଟେମ୍ବର 13 ତାରିଖରେ ହଂସ ଖ୍ରୀଷ୍ଟିଆନଙ୍କ ଜନ୍ମ କପେନହ୍ୟାଗେନରେ ହୋଇଥିଲା । ଜୀବାଣଙ୍କୁ ଅତି ସହଜରେ ପରଖିପାରୁଥିବାରୁ ହଂସ 'ଗ୍ରାମ ଷ୍ଟେନ' ନାମରେ ବେଶ ପରିଚିତ । ଗ୍ରାମ ଷ୍ଟେନ ଏକ ଏମିତି ଉପାୟ, ଯଦ୍ବାରା ଜୀବାଣୁକୁ ଭିନ୍ନ ଭିନ୍ନ ପ୍ରଜାତିରେ ବାଣ୍ଟି ଦିଆଯାଇପାରିବ । ସେ ବ୍ୟାକ୍ଟେରିଆକୁ ଗ୍ରାମ ଧନାତ୍ମକ ଏବଂ ଗ୍ରାମ ଋଣାତ୍ମକ 2ଟି ବର୍ଗରେ ଭାଗ କରିଥିଲେ ।
1878ରେ କପେନହ୍ୟାଗେନ ବିଶ୍ବବିଦ୍ୟାଳୟରେ ମେଡିସିନରେ ଡକ୍ଟରେଟ ହାସଲ କରିବା ପରେ ଗ୍ରାମ ୟୁରୋପରେ ଜୀବାଣୁ ବିଜ୍ଞାନ ଓ ଫାର୍ମାକୋଲୋଜିର ଅଧ୍ୟୟନ କରିଥିଲେ । ସେହିପରି 1878-1885ରେ ୟୁରୋପ ଯାତ୍ରା କରିଥିଲେ । ଏହା ପରେ 1884ରେ ବର୍ଲିନରେ ବ୍ୟାକ୍ଟେରିଆକୁ ବର୍ଗୀକରଣ କରିବାର ଉପାୟ ବାହାର କରିଥିଲେ । ଯେଉଁଥିପାଇଁ ଆଜି ତାଙ୍କ ଜନ୍ମବାର୍ଷିକୀରେ ସାରା ବିଶ୍ବ ସ୍ମରଣ କରୁଛି । 14 ନଭେମ୍ବର 1938ରେ ହଂସ ଖ୍ରୀଷ୍ଟିଆନ ସବୁଦିନ ପାଇଁ ଦେଶବାସୀଙ୍କ ଠାରୁ ବିଦାୟ ନେଇଥିଲେ ।
BLANK FOR LINK
Conclusion: