ETV Bharat / bharat

ଗୋଲ୍ଡେନ ବାବାଙ୍କ ଦେହାନ୍ତ, AIIMSରେ ଚାଲିଥିଲା ଚିକିତ୍ସା

author img

By

Published : Jul 1, 2020, 2:04 PM IST

ଦୀର୍ଘ ଦିନ ଧରି AIIMSରେ ଚିକିତ୍ସିତ ହୋଉଥିବା ଗୋଲ୍ଡେନ ବାବାଙ୍କ 59 ବର୍ଷ ବୟସରେ ପରଲୋକ । ଦିଲ୍ଲୀର ଗାନ୍ଧୀ ନଗର ନିବାସୀ ସୁଧୀର କୁମାର ମକ୍କଡ ଛଦ୍ମନାମ ଗୋଲଡେନ ବାବାଙ୍କ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ରାତିରେ ତାଙ୍କର ଦେହାନ୍ତ ଘଟିଛି । ଅଧିକ ପଢନ୍ତୁ...

ଗୋଲ୍ଡେନ ବାବାଙ୍କ ଦେହାନ୍ତ, AIIMSରେ ଚାଲିଥିଲା ଚିକିତ୍ସା
ଗୋଲ୍ଡେନ ବାବାଙ୍କ ଦେହାନ୍ତ, AIIMSରେ ଚାଲିଥିଲା ଚିକିତ୍ସା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି AIIMSରେ ଚିକିତ୍ସିତ ହୋଉଥିବା ଗୋଲ୍ଡେନ ବାବାଙ୍କର 59 ବର୍ଷ ବୟସରେ ପରଲୋକ । ପୂର୍ବ ଦିଲ୍ଲୀର ଗାନ୍ଧୀ ନାଗର ନିବାସୀ ସୁଧୀର କୁମାର ମକ୍କଡ ଛଦ୍ମନାମ ଗୋଲଡେନ ବାବାଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ରାତିରେ ତାଙ୍କର ଦେହାନ୍ତ ଘଟିଛି ।

ଗୋଲ୍ଡେନ ବାବା ହରିଦ୍ୱାରର ଅନେକ ମଞ୍ଚ ସହିତ ଜଡିତ ଅଛନ୍ତି ଏବଂ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା। ଗୋଲ୍ଡେନ ବାବାଙ୍କ ପ୍ରକୃତ ନାମ ହେଉଛି ସୁଧୀର କୁମାର ମକ୍କଡ଼ । ସେ ମୂଳତଃ ଗାଜିଆବାଦର ବାସିନ୍ଦା ଥିଲେ । ସୁଧୀର କୁମାର ମକ୍କଡ଼ ସନ୍ୟାସୀ ହେବା ପୂର୍ବରୁ ଦିଲ୍ଲୀରେ ବସ୍ତ୍ର ବ୍ୟବସାୟ କରୁଥିଲେ । ତେବେ ତାଙ୍କ ପାପର ପ୍ରାୟଶ୍ଚିତ କରିବାକୁ ସୁଧୀର କୁମାର ମକ୍କଡ଼ ଗୋଲ୍ଡେନ ବାବା ହୋଇଥିଲେ।

ଗାନ୍ଧୀ ନଗରର ଅଶୋକ ଗଳିରେ ଗୋଲ୍ଡେନ ବାବାଙ୍କର ଏକ ଆଶ୍ରମ ଅଛି । 1972 ପରଠାରୁ ଗୋଲଡେନ୍ ବାବା ସୁନା ପିନ୍ଧିବାକୁ ପସନ୍ଦ କରୁଥିଲେ। କୁହାଯାଏ ଯେ ସେ ସୁନାକୁ ତାଙ୍କର ଦେବତା ବୋଲି ବିବେଚନା କରିଥିଲେ। ତେବେ ବାବାଙ୍କ ସୁରକ୍ଷା ଅଧୀନରେ ସର୍ବଦା 25-30 ରାକ୍ଷୀ ମଧ୍ୟ ରହୁଥିଲେ ।

ପୋଲିସ୍ ଷ୍ଟେସନରେ ବାବାଙ୍କ ନାମରେ ଏନେକ ଗୁଡ଼ିଏ ଛେଟ ବଡ଼ ଅପରାଧିକ ମାମଲା ରିହିଛି । ଏହି ମାମଲାଗୁଡ଼ିକ ମଧ୍ୟରେ ଅପହରଣ, ନିର୍ଯାତନା, ଆକ୍ରମଣ, ହତ୍ୟା ଧମକ, ସମସ୍ତ ଛୋଟ ଏବଂ ବଡ ଅପରାଧ ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.