ETV Bharat / bharat

କୋରୋନା ମୁକ୍ତ ଗୋଆ ତଥାପି ହଟୁନି କଟକଣା

author img

By

Published : Apr 25, 2020, 8:04 PM IST

ଗୋଆରେ ବନ୍ଦ ରହିଛି ମଲ୍ଟିପ୍ଲେକ୍ସରୁ ମସାଜ ପାର୍ଲର । ଜାରି ହେଲା ନୂଆ ନିର୍ଦ୍ଦେଶ। ଅଧିକ ପଢନ୍ତୁ...

Goa Government issues order to all the gymnasiums,  cinema theatres remain shut till further orders
ପ୍ରତିକାତମକ ଫଟୋ

ପାଣାଜୀ: ଗୋଆ ସରକାରଙ୍କ ପକ୍ଷରୁ ଜାରି ହେଲା ନୂଆ ନିର୍ଦ୍ଦେଶ । ଉପକୂଳବର୍ତ୍ତୀ ରାଜ୍ୟରେ ଜିମ୍ନାସିୟମ, ନାଇଟ କ୍ଲବ ଭଳି ପ୍ରତିଷ୍ଠାନ ବନ୍ଦ ରହିବ । ସହରାଞ୍ଚଳରେ ଆବାସିକ କମ୍ପ୍ଲେକ୍ସରେ ଥିବା ଦୋକାନକୁ ଖୋଲିବା ନେଇ କେନ୍ଦ୍ର ଅନୁମତି ଦେବାର ଗୋଟିଏ ଦିନ ପରେ ଏହି ନିର୍ଦ୍ଦେଶ ଆସିଛି।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ବଜାରରେ ଦୋକାନଗୁଡ଼ିକ ବନ୍ଦ ରହିବ । ଗୋଆ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜୋସେ ଡି ସା ନିର୍ଦ୍ଦେଶ ଦେଇଛନ୍ତି ଯେ, ଜିମ୍ନାସିୟମ୍, ସିନେମା ହଲ,ହୋଟେଲ, କାଜିନୋ, ସ୍ପା ଏବଂ ମସାଜ ପାର୍ଲର, ସେଲୁନ, ନଦୀ କ୍ରୁଜ୍ ଏବଂ ମଲ୍ଟିପ୍ଲେକ୍ସରେ ଥିବା ଜିମ୍ନାସିୟମ, ସିନେମା ହଲ, ସର୍ବସାଧାରଣ ସୁଇମିଂ ପୁଲ୍ ଆଦି ବନ୍ଦ ରହିବ। ଆଗାମୀ ନିର୍ଦ୍ଦେଶ କ୍ରମେ ଏସବୁ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ଉପକୂଳବର୍ତ୍ତୀ ରାଜ୍ୟର ଅନେକ ଦୋକାନ ମାଲିକ କହିଛନ୍ତି ଯେ, ସେମାନେ ସରକାରୀ ଆଦେଶ ବିଷୟରେ ଅବଗତ ନୁହଁନ୍ତି, କିନ୍ତୁ ଯୋଗାଣ ଅଭାବରୁ ସେମାନେ ତୁରନ୍ତ ସେମାନଙ୍କ ପ୍ରତିଷ୍ଠାନ ଖୋଲି ପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.