ETV Bharat / bharat

ମନ୍ତ୍ରୀମଣ୍ଡଳରୁ 4 ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଗୋଆ ମୁଖ୍ୟମନ୍ତ୍ରୀ

ଗୋଆ ଫରୱାର୍ଡ ପାର୍ଟି (ଜିଏଫପି)ର 3 ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ଇସ୍ତଫା ମାଗିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

author img

By

Published : Jul 12, 2019, 11:30 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାନାଜୀ: କର୍ଣ୍ଣାଟକ ପରେ ଏବେ ଗୋଆରେ ଦେଖାଦେଇଛି ରାଜନୈତିକ ହଇଚଇ । ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ହେଉଛି ନୂଆ ସମୀକରଣ । ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କ୍ୟାବିନେଟ୍‌ରେ 4 ଜଣ ନୂଆମନ୍ତ୍ରୀଙ୍କୁ ସାମିଲ କରିବାକୁ ଯାଉଛନ୍ତି । ତେଣୁ ଶୁକ୍ରବାର ଗୋଆ ଫରୱାର୍ଡ ପାର୍ଟି (ଜିଏଫପି)ର 3 ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ଇସ୍ତଫା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।

ସେମାନେ ହେଲେ ବିଜୟ ସରଦେଶାଇ, ବିନୋଦ ପାଲେକର, ଜୟେଶ ସଲଗାଁୱକର ଏବଂ ରୋହନ ଖାଉତେ । ତେବେ ଏମାନଙ୍କ ସ୍ଥାନରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା 10 ବିଧାୟକଙ୍କ ମଧ୍ୟରୁ 3 ଏବଂ ବିଧାନସଭା ଉପାଧ୍ୟକ୍ଷ ମାଇକଲ ଲବିଙ୍କୁ ମନ୍ତ୍ରୀ ପଦ ଦିଆଯାଇ ପାରେ ବୋଲି ଆଲୋଚନା ହେଉଛି ।

ସୂଚନା ଯୋଗ୍ୟ ଯେ, 40 ସଦସ୍ୟଯୁକ୍ତ ଗୋଆ ବିଧାନସଭାରେ ବିଜେପିର 17 ବିଧାୟକ ଥିଲେ । ତେବେ କଂଗ୍ରେସର 10 ବିଧାୟକ ବିଜେପିରେ ସାମିଲ ହେବାପରେ ବିଜେପିର ବିଧାୟକ ସଂଖ୍ୟା 27 ହୋଇଯାଇଛି ।

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.