ETV Bharat / bharat

ପ୍ରତିଦିନ ଆସୁଛି କୋଭିଡ 19 ସମ୍ବନ୍ଧୀୟ 18 ମିଲିୟନ ଫ୍ରଡ ମେଲ !

ପ୍ରତିଦିନ ଜିମେଲ ପ୍ରାୟ 18 ମିଲିୟନ କୋରୋନା ଭାଇରସ ସମ୍ପର୍କିତ ମେଲ ବ୍ଲକ କରୁଛି । ଏହାସହ ପ୍ରତିଦିନ ଅନେକ ସ୍ପାମ ମେଲ ମଧ୍ୟ ବ୍ଲକ କରୁଥିବା ଗୁଗଲ ସୂଚନା ଦେଇଛି । ଅଧିକ ପଢନ୍ତୁ...

author img

By

Published : Apr 18, 2020, 8:06 PM IST

ପ୍ରତିଦିନ ଆସୁଛି କୋଭିଡ 19 ସମ୍ବନ୍ଧୀୟ 18 ମିଲିୟନ ଫ୍ରଡ ମେଲ !
ପ୍ରତିଦିନ ଆସୁଛି କୋଭିଡ 19 ସମ୍ବନ୍ଧୀୟ 18 ମିଲିୟନ ଫ୍ରଡ ମେଲ !

ହାଇଦ୍ରାବାଦ: ସାରା ବିଶ୍ବରେ କୋଭିଡ 19ର ଭୟାବହ ପ୍ରଭାବ ଦେଖିବାକୁ ମିଳିଛି । 20 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେବା ସହ ଲକ୍ଷାଧିକଙ୍କର ମୃତ୍ୟୁ ହୋଇଛି । ଲକଡାଉନ ଯୋଗୁଁ କୋଟି କୋଟି ମଣିଷ ଘରେ ବନ୍ଦୀ । ଲୋକେ ବର୍ତ୍ତମାନ ଘରୁ କାମ କରୁଥିବାବେଳେ ସୋସିଆଲ ମିଡିଆ, ଇମେଲ, ଚାଟ୍ ଉପରେ ଅଧିକ ନିର୍ଭରଶୀଳ । ତେବେ କୋରୋନା ଭୂତାଣୁ ଦ୍ବାରା କେବଳ ମଣିଷ ନୁହେଁ ସଫ୍ଟୱେୟର ମଧ୍ୟ ପ୍ରଭାବିତ ।

ଯାହାର ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ଗତ କିଛି ସପ୍ତାହ ଧରି କୋରୋନା ଭୂତାଣୁ ସମ୍ପର୍କିତ ଫ୍ରଡ ଓ ମେଲୱାର ଆଟାକ ବଢିବାରେ ଲାଗିଛି । ବିଭିନ୍ନ ହ୍ୟାକର ଏହି ମେଲ ବ୍ୟବହାର କରି ୟୁଜର୍ସଙ୍କ ଆକାଉଣ୍ଟରେ ହ୍ୟାକ କରୁଛନ୍ତି । ଏପରିକି ସେମାନେ ଲୋକଙ୍କ ପିସି ଓ ସ୍ମାର୍ଟଫୋନରେ ମଧ୍ୟ ପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି । ଏନେଇ ଗୁଗଲ ଏକ ଚମକପ୍ରଦ ତଥ୍ୟ ପ୍ରଦାନ କରିଛି । ପ୍ରତିଦିନ କୋଭିଡ 19 ସମ୍ପର୍କିତ ଅନେକ ଫ୍ରଡ ଇମେଲ ସୃଷ୍ଟି ହେଉଛି ଏବଂ ଲୋକଙ୍କ ମେଲ ବକ୍ସକୁ ଆସୁଛି । ଏଥିରୁ କିଛି ଗୁଜବ ଓ ଭୟ ସୃଷ୍ଟିକାରୀ ମେଲ ମଧ୍ୟ ରହୁଛି ।

ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ଜିମେଲ ପ୍ରାୟ 18 ମିଲିୟନ କୋରୋନା ଭାଇରସ ସମ୍ପର୍କିତ ମେଲ ବ୍ଲକ କରୁଛି । ଏହାସହ ପ୍ରତିଦିନ ଅନେକ ସ୍ପାମ ମେଲ ମଧ୍ୟ ବ୍ଲକ କରୁଥିବା ଗୁଗଲ ସୂଚନା ଦେଇଛି । କୋରୋନା ଭୂତାଣୁ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଫ୍ରଡ ମେଲ ଆସି ଲୋକଙ୍କୁ ଭୟଭୀତ କରୁଛି । ପରିସ୍ଥିତିର ଫାଇଦା ଉଠାଇ ଅନେକ ହ୍ୟାକର୍ସ ଏପରି କାମ କରୁଛନ୍ତି । ଏହା ଫଳରେ ବିଭିନ୍ନ କମ୍ପାନୀର ଅଫିସିଆଲ ସାଇଟ ହ୍ୟାକ ହେବାର ସମ୍ଭାବନା ରହିଛି । ସବୁଠୁ ବଡ କଥା ଏବେ ପ୍ରାୟ ଅଧିକାଂଶ ଲୋକ ଘରୁ କାମ କରୁଛନ୍ତି । ତେଣୁ ଏପରି ଆଶଙ୍କା ଅଧିକ ହୋଇଛି ବୋଲି ଗୁଗଲ ପ୍ରକାଶ କରିଛି ।

ତେବେ ଏହା ବିଷୟରେ ଖବର ପାଇବା ମାତ୍ରେ ଗୁଗଲ ନିଜ ସୁରକ୍ଷା କଡାକଡି କରିଛି । ୱେବସାଇଟ ଖୋଲିବା ମାତ୍ରେ ଏହା ବିଭିନ୍ନ ପ୍ରକାର ସିକ୍ୟୁରିଟି ସିଷ୍ଟମ ଅନ କରିଛି । ଏପିଆଇ ଭଳି ସୁରକ୍ଷିତ ବ୍ରାଉଜିଂ ସହ ଇମେଲକୁ ଯୋଡାଯାଇଛି ଯାହା କ୍ରୋମ, ଜିମେଲ ଭଳି ସାଇଟକୁ ସୁରକ୍ଷା କରିଥାଏ । ସମସ୍ତ ଗୁଗଲ ସୁଟରେ ମାଲୱାର ନିୟନ୍ତ୍ରଣକୁ ଅଟୋମେଟିକ କରାଯାଇଛି । ୟୁଜର୍ସଙ୍କ ଆକାଉଣ୍ଟ ସୁରକ୍ଷା କରିବାକୁ ଗୁଗଲ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରୁଛି ବୋଲି ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.