ETV Bharat / bharat

ବିଶ୍ବ କ୍ଷୁଧା ସୂଚକାଙ୍କକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସର ଟାର୍ଗେଟ - ମୋଦି ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ 117ଟି ଦେଶ ମଧ୍ୟରେ 102 ନମ୍ବର ସ୍ଥାନରେ ରହିଛି । ଯାହାକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌ ।

ଫାଇଲ ଫଟୋ
author img

By

Published : Oct 17, 2019, 12:58 PM IST

Updated : Oct 17, 2019, 2:43 PM IST

ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚକାଙ୍କୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ନିକଟରେ ପ୍ରକାଶ ପାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତ 117ଟି ଦେଶ ମଧ୍ୟରେ 102 ନମ୍ବର ସ୍ଥାନରେ ରହିଛି । ଏହି ରିପୋର୍ଟ ଆଧାରରେ ଭାରତର ଅବସ୍ଥା ଏସିଆର ଅନ୍ୟ ଦେଶ ତୁଳନାରେ ଶୋଚନୀୟ । ଯାହା ଏକ ଚିନ୍ତାର ବିଷୟ । ସେହିପରି ବିଶ୍ବ କ୍ଷୁଧା ସୂଚକାଙ୍କ ପାକିସ୍ତାନ 94 ସ୍ଥାନରେ ଥିବାବେଳେ ରିପୋର୍ଟରେ ନେପାଲ ଓ ବାଂଲାଦେଶର ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି ।

congress attack modi govt
ଫଟୋ ସୌଜନ୍ୟ: @RahulGandhi

ଭାରତର ଏହି ନମ୍ବରକୁ ନେଇ କଂଗ୍ରେସ ନେତା ରାହୁଲ ଟ୍ବିଟ୍‌ରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି ଯେ, 2014ରୁ କ୍ରମାଗତ ଭାବେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ତାଲିକାରେ ଭାରତର ସ୍ଥାନ ହ୍ରାସ ପାଇଆସୁଛି । ବର୍ତ୍ତମାନ 117ଟି ଦେଶ ମଧ୍ୟରେ ଭାରତ କ୍ଷୁଧା ଦେଶ ତାଲିକାରେ ୧୦୨ ନମ୍ବର ସ୍ଥାନରେ ରହିଛି । ଭାରତର ଏହି ନମ୍ବର ମୋଦି ସରକାରଙ୍କ ନୀତିର ବିଫଳତାକୁ ସୂଚାଉଥିବାବେଳେ 'ସବକା ସାଥ୍‌ ସବକା ବିକାଶ' ନାରାର ଗୁମର ଖୋଲିଛି ।

congress attack modi govt
ଫଟୋ ସୌଜନ୍ୟ: @KapilSibal

ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ବିଶ୍ବ କ୍ଷୁଧା ସୂଚକାଙ୍କରେ ଭାରତର ନମ୍ବରକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀକୁ ରାଜନୀତି ଉପରେ କମ୍‌ ଏବଂ ଦେଶର ପିଲାଙ୍କ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି । କାରଣ ସେମାନେ ଆମ ଦେଶର ଭବିଷ୍ୟତ ।

ପ୍ରକାଶ ଯେ, ସାରା ଦେଶର ଭୋକ ଓ କୁପୋଷଣ ଉପରେ ନଜର ରଖୁଥିବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ୱେବସାଇଟ୍ ବୁଧବାର କହିଛି ଯେ, ବେଲାରୁଷ, ୟୁକ୍ରେନ, ତୁର୍କୀ, କ୍ୟୁବା ଏବଂ କୁଏତ ସମେତ ଅନ୍ୟ 17ଟି ଦେଶର ନମ୍ବର ବିଶ୍ବ କ୍ଷୁଧା ସୂଚକାଙ୍କରେ 5ରୁ କମ୍‌ ରହିଛି । ଏମିତିକି ପାକିସ୍ତାନଠାରୁ ବି ପଛୁଆ ଅଛି ଭାରତ ।

Intro:Body:

BLANK FOR LINK 

Conclusion:
Last Updated : Oct 17, 2019, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.