ETV Bharat / bharat

ବିଶ୍ବର କୋରୋନା ସ୍ଥିତି ଶୋଚନୀୟ, 1,883,656 ସଂକ୍ରମଣ ମାମଲା ସହ ଟପରେ ଆମେରିକା

author img

By

Published : Jun 6, 2020, 9:07 AM IST

ଆମେରିକାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଓ ମୃତକ ରହିଛନ୍ତି। ଦେଶରେ ଏବେ ସୁଦ୍ଧା 108,664 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1,883,656 ଆକ୍ରାନ୍ତ ରହିଛନ୍ତି।

ଆମେରିକାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଓ ମୃତକ ରହିଛନ୍ତି
Global COVID-19 tally reaches 6,699,358; US on top with 1,883,656 confirmed cases

ନୂଆଦିଲ୍ଲୀ: ବିଶ୍ବରେ କୋରୋନାର କାୟା। ମହାମାରୀକୁ ନେଇ ଚିନ୍ତାରେ ସଭିଏଁ। କେବେ ଆସିବ ଔଷଧ ଓ ସବୁ କିଛି ପୂର୍ବ ପରି ହୋଇଉଠିବ ତାହାକୁ ହିଁ ଅପେକ୍ଷା। ହେଲେ ଦିନ ବଢିବା ସହ ଭାଇରସର ବିସ୍ତାର ମଧ୍ୟ ବଢିଚାଲିଛି।

ସେଥିମଧ୍ୟରେ ଆମେରିକାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଓ ମୃତକ ରହିଛନ୍ତି। ଦେଶରେ ଏବେ ସୁଦ୍ଧା 108,664 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1,883,656 ଆକ୍ରାନ୍ତ ରହିଛନ୍ତି।

ଏପଟେ ସାରା ବିଶ୍ବରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା 66,99358ରେ ପହଁଞ୍ଚିଛି। ଏହାସହ 393,205 ମୃତ୍ୟୁ ହୋଇଥିବା ଜନ ହକପିନ୍ସ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ବ୍ରିଟେନରେ ମହାମାରୀ ବିସ୍ତାର 0.7 ରୁ 0.9 ମଧ୍ୟରେ ରହିଛି ବୋଲି ସରକାରୀ ସୂତ୍ରରୁ ଖବର ମିଳିଛି। କିନ୍ତୁ ଲକଡାଉନ୍ ପ୍ରତିବନ୍ଧକ ହ୍ରାସ ହେବା ପରେ ଇଂଲଣ୍ଡର କିଛି ଅଂଶରେ ଏହା ବୃଦ୍ଧି ପାଇଛି। ଏହାସହ ସ୍କଟଲ୍ୟାଣ୍ଡ, ୱେଲ୍ସ କିମ୍ବା ଉତ୍ତର ଆୟର୍ଲାଣ୍ଡ ଅପେକ୍ଷା ଇଂଲଣ୍ଡରେ ଲକଡାଉନ୍ ଶୀଘ୍ର କୋହଳ ହୋଇଛି।

ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ପ୍ରତି ତିନି ସପ୍ତାହରେ ଦ୍ୱିଗୁଣିତ ହୋଇଛି କିନ୍ତୁ ଦେଶର ଦକ୍ଷିଣ ଏସିଆ ଅଞ୍ଚଳରେ ମହାମାରୀ ବୃଦ୍ଧି ପାଉନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। କୋରୋନା ମାମଲାରେ ଭାରତର ସଂଖ୍ୟା ଆଜି 2.28 ଲକ୍ଷକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା 6,500 ଅତିକ୍ରମ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.