ETV Bharat / bharat

‘ଆଖିର ଭାଷା ବୁଝନ୍ତୁ, ଶାରୀରିକ ନିର୍ଯାତନାରୁ ବଞ୍ଚନ୍ତୁ’

ଶାରୀରିକ ନିର୍ଯାତନାରୁ ବଞ୍ଚିବା ପାଇଁ ସ୍କୁଲରେ ଦିଆଯାଉଛି ଆଖି ପରିଭାଷା ବୁଝିବା ତାଲିମ । ଆନ୍ଧ୍ରପ୍ରଦେଶର ଜଣେ ଶିକ୍ଷୟିତ୍ରୀ କିଛି ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ଏହି ଶିକ୍ଷା । ଅଧିକ ପଢନ୍ତୁ...

girls can protect themselves
ଶାରୀରିକ ନିର୍ଯାତନାରୁ ବଞ୍ଚନ୍ତୁ
author img

By

Published : Mar 3, 2020, 11:23 PM IST

ଅମରାବତୀ: ବର୍ତ୍ତମାନ ଦୁଷ୍କର୍ମ ଓ ନାରୀ ନିର୍ଯାତନା ବଡ ସମସ୍ୟା ହୋଇ ଦେଶରେ ମୁଣ୍ଡ ଟେକିଲାଣି । ଏଥିରୁ ବର୍ତ୍ତିବା ସହ ନିଜେ ସୁରକ୍ଷିତ ରହିବା ପାଇଁ ପିଲାମାନଙ୍କୁ ସ୍କୁଲରେ ଶିକ୍ଷା ଦେଉଛନ୍ତି ଆନ୍ଧ୍ରପ୍ରଦେଶ ୱେଷ୍ଟ ଗୋଦୋବରୀର ଇଂରାଜୀ ଶିକ୍ଷୟିତ୍ରୀ ଲୋୟା କୁମାରୀ ।

ଆଖିର ଭାଷା ବୁଝନ୍ତୁ

ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରୀଙ୍କୁ ସାମନା ବ୍ୟକ୍ତିର ଆଖିର ପରିଭାଷା ବୁଝାଇଛନ୍ତି । ଯଦି କେଉଁ ଝିଅଙ୍କୁ କୌଣସି ପୁରୁଷ ଖରାପ ନଜରରେ ଦେଖୁଛି, ତାର ଆଖିକୁ ଦେଖି କିପରି ସେହି ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ଆସିବେ ସେନେଇ ଶିକ୍ଷା ଦେଉଛନ୍ତି ଲୋୟା । ଏହା ସହିତ ଘଟଣା ନିଜ ମାତାପିତା ଓ ପରିବାର ସହ କହିବା ଉଚିତ ବୋଲି ସେ କହିଛନ୍ତି ।

ଏହି ଶିକ୍ଷା ଦ୍ବାରା ସମାଜରେ ସେମାନଙ୍କ ଉପରେ ହେଉଥିବା ଶାରୀରିକ ନିର୍ଯାତନା ଏବଂ ଦୁର୍ବ୍ୟବହାରରୁ ବର୍ତ୍ତି ପାରିବେ । 2017ରେ ପଶ୍ଚିମ ଗୋଦାବରୀ ଜିଲ୍ଲା ଜଙ୍ଗାରେଡିଗୁଡେମ ମଣ୍ଡଳ, ତାଡୁଭାଇ ଜେ.ପି. ହାଇସ୍କୁଲରେ ଚକ୍ଷୁ ଭାଷା ପ୍ରଚଳନ କରାଯାଇଥିଲା । ବର୍ତ୍ତମାନସୁଦ୍ଧା ତେଲୁଗୁ ଓ ଇଂରାଜୀ ମାଧ୍ୟମର ଶିକ୍ଷକ ଲୋୟା କୁମାରୀ ଏହି ଭାଷା ଅନେକ ଛାତ୍ରୀଙ୍କୁ ଶିକ୍ଷା ଦେଇ ସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.