ETV Bharat / bharat

ଚାଲିଥିଲା ମସ୍ତିସ୍କ ଟ୍ୟୁମର ଅପରେସନ, ପିଆନୋ ବଜାଇଲେ ରୋଗୀ - ଅପରେସନ ବେଳେ ପିଆନୋ ବଜାଇବା ଖବର

ମସ୍ତିସ୍କରେ ବିରଳ ଟ୍ୟୁମର ଅସ୍ତ୍ରୋପଚାର ବେଳେ ପିଆନୋ ବଜାଇଲେ ରୋଗୀ । ହସ୍ପିଟାଲରୁ ଡିସଚାର୍ଜ ପରେ ଡାକ୍ତର ଦେଲେ ସୂଚନା । ଅଧିକ ପଢନ୍ତୁ...

ମସ୍ତିସ୍କ ଅପରେସନ ସମୟରେ ପିଆନୋ ବଜାଇଲେ ରୋଗୀ
ମସ୍ତିସ୍କ ଅପରେସନ ସମୟରେ ପିଆନୋ ବଜାଇଲେ ରୋଗୀ
author img

By

Published : Dec 13, 2020, 6:40 PM IST

ଭୋପାଲ: ମଧ୍ୟପ୍ରଦେଶ ଗ୍ୱାଲିଅରରେ ଦୀର୍ଘଦିନ ଧରି ମସ୍ତିଷ୍କ ଟ୍ୟୁମରରେ ପୀଡିତ ଥିବା ଜଣେ 9 ବର୍ଷୀୟ ନାବାଳିକାଙ୍କ ବିରଳ ଅସ୍ତ୍ରୋପଚାର ହୋଇଛି । ବିନା କୌଣସି ବେହୋସ ମେଡିସିନରେ ଏହି ଅସ୍ତ୍ରୋପଚାର କରାଯାଇଛି, ଯାହା ଖୁବ୍ କମ୍ ଦେଖିବାକୁ ମିଳିଥାଏ ବୋଲି ଡାକ୍ତର କହିଛନ୍ତି । ତେବେ ଅପରେସନ ସମୟରେ ରୋଗୀଙ୍କ ସହ ଲଗାତାର କଥାବାର୍ତ୍ତା କରି ଏବଂ ତାଙ୍କୁ ପିଆନୋ ବଜାଇବାକୁ ଦେଇ ଏହି ବିରଳ ଅପରେସନ କରାଯାଇଛି । ମଧ୍ୟପ୍ରଦେଶର ବିର୍ଲା ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି ।

ମସ୍ତିସ୍କ ଅପରେସନ ସମୟରେ ପିଆନୋ ବଜାଇଲେ ରୋଗୀ

ମୁରେନା ଜିଲ୍ଲା ବାନମୋର ସହରରେ ରହୁଥିବା 9 ବର୍ଷିୟ ସୌମ୍ୟାଙ୍କର ମୁଣ୍ଡରେ ଏକ ଟ୍ୟୁମର ହୋଇଥିଲା । ଟ୍ୟୁମରଟି ସୌମ୍ୟାଙ୍କ ମୁଣ୍ଡର ଏମିତି ଏକ ସ୍ଥାନରେ ହୋଇଥିଲା, ଯେଉଁଠାରେ ଓପନ ସର୍ଜରୀ କରିବା ସମ୍ଭବ ନଥିଲା । ଏମିତିକି ଅପରେସନ ହେଲେ ସୌମ୍ୟାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତାଙ୍କୁ ପକ୍ଷାଘାତ ହେବାର ସମ୍ଭାବନା ଅଧିକ ଥିବା ନେଇ ଡାକ୍ତରମାନେ କହିଥିଲେ । ତେଣୁ ଡାକ୍ତରମାନେ ଅପରେସନ ସମୟରେ ସୌମ୍ୟାଙ୍କ ସହ ନିରନ୍ତର କଥାବାର୍ତ୍ତା କରି ଏବଂ ତାଙ୍କୁ ପିଆନୋ ବଜାଇବାକୁ ଦେଇ ଏହି ଅପରେସନ କରିଥିବା ଜଣାପଡିଛି | କ୍ରିନିଓଟୋମି ତଥା କପାଳ ଛେଦନ ପ୍ରକ୍ରିୟାରେ ଅପରେସନ କରାଯାଇ ସୌମ୍ୟାଙ୍କ ମସ୍ତିସ୍କରୁ ଏକ ଟ୍ୟୁମର ବାହାର କରାଯାଇଛି । ତେବେ ଏହି ବିରଳ ମସ୍ତିସ୍କ ଅପରେସନ ସମୟରେ କୌଣସି ବେହୋସ ମେଡିସିନର ବ୍ୟବହାର କରାଯାଇନଥିବା ଡାକ୍ତର କହିଛନ୍ତି ।

ଏହି ଘଟଣାଟି 3 ଦିନ ତଳର । ବିର୍ଲା ଡାକ୍ତରଖାନାର ସୁପ୍ରସିଦ୍ଧ ନ୍ୟୁରୋ ସର୍ଜନ ଡାକ୍ତର ଅଭିଷେକ ଚୌହାନ ଏବଂ ତାଙ୍କର ଏକ ଟିମ୍ ଏହି ଅପରେସନ କରିଛନ୍ତି । ସୌମ୍ୟାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବା ପରେ ଅପରେସନ ବାବଦରେ ସୂଚନା ଦେଇଛନ୍ତି । ଏହି ଅପରେସନ ଏକ ବଡ ସଫଳତା ବୋଲି ଡାକ୍ତର ଅଭିଷେକ କହିଛନ୍ତି । ତେବେ ସୌମ୍ୟାଙ୍କ ମନୋବଳ କାରଣରୁ ଅପରେସନ ସଫଳ ହୋଇପାରିଛି ବୋଲି କହିଛନ୍ତି ଡାକ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.