ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ CAG ଗିରିଷ ଚନ୍ଦ୍ର ମୁର୍ମୁ

ଦେଶର 14 ତମ ସିଏଜି ଭାବେ ଦାୟିତ୍ବ ନେବାପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଗିରିଷ ଚନ୍ଦ୍ର ମୁର୍ମୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 18, 2020, 3:56 PM IST

CAG ଗିରିଷ ଚନ୍ଦ୍ର ମୁର୍ମୁ
CAG ଗିରିଷ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଦେଶର 14 ତମ କମ୍ପଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରେଲା ବା (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ସିଏଜି ହେବାପରେ ଆଜି ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ସିଏଜି ଗିରିଷ ଚନ୍ଦ୍ର ମୁର୍ମୁ ।

ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ସିଏଜି ମୁର୍ମୁ । ଯଦିଓ ଏହା ସିଏଜି ଭାବେ ଦାୟିତ୍ବ ନେବାପରେ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା, ତଥାପି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି । କାରଣ ବର୍ତ୍ତମାନର ମହାମାରୀ ପରିସ୍ଥିତିରେ ଦେଶର ଆର୍ଥିକ ସ୍ଥିତି ଓ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରି ସିଏଜି ମୋଦିଙ୍କ ପରାମର୍ଶ ନେଇଥିବା କୁହାଯାଉଛି ।

ଏହା ପୂର୍ବରୁ ସିଏଜି ଗିରିଷ ଚନ୍ଦ୍ର ମୁର୍ମୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ତେବେ ଆଗାମୀ ଦିନରେ ସିଏଜି ଭାବେ ତାଙ୍କର କାର୍ଯ୍ୟଧାରା ଉପରେ ସାରା ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.