ନୂଆଦିଲ୍ଲୀ: ଦେଶର ନୂଆ ସିଏଜି ଭାବେ ନିଯୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା । ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁଙ୍କୁ ସିଏଜି ପଦରେ ନିଯୁକ୍ତ କରାଯାଇଛି ।
ରାଜୀବ ମହର୍ଷିଙ୍କୁ 2017ରେ ସିଏଜି ନିଯୁକ୍ତ କରାଯାଇଥିଲା । ସେ 3 ବର୍ଷ ଏହି ପଦରେ କାର୍ଯ୍ୟଭାର ତୁଲାଇଛନ୍ତି ।
ଜିସି ମୁର୍ମୁ ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ । 60 ବର୍ଷୀୟ ମୁର୍ମୁ 1985 ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ । ସେ 31 ଅକ୍ଟୋବର 2019ରେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଏଲଜି ଭାବେ ପଦଭାର ସମ୍ଭାଳିଥିଲେ । ମୁର୍ମୁ 9 ମାସ ଏହି ପଦରେ ନିଜ କାର୍ଯ୍ୟ ତୁଲାଇଛନ୍ତି ।