ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ କୋରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । 16 ସେପ୍ଟେମ୍ବରରୁ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସୂଚନାଅନୁସାରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ଗାଜିଆବାଦର କୌଶାବି ଯଶୋଦା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । 89 ବର୍ଷୀୟ କଲ୍ୟାଣ ସିଂ କୋରେନାକୁ ହରାଇ ଏବେ ସମ୍ପୂର୍ଣ ସୁସ୍ଥ ହୋଇଛନ୍ତି । ସେ ତାଙ୍କର ଦୃଢ ଆତ୍ମବିଶ୍ବାସ ପାଇଁ କୋରୋନା ସହ ଲଢି ଜିତିଛନ୍ତି ବୋଲି କହିଛନ୍ତି ଡାକ୍ତରଖାନା ପରିଚାଳକ ପିଏନ ଆରୋରା ।
ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ଡାକ୍ତରଖାନାର ସମସ୍ତ ଡାକ୍ତର,ନର୍ସ,ପାରାମେଡିକାଲ ଓ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ,ଇଚିଭି ଭାରତ