ETV Bharat / bharat

ନରହନ୍ତା ନର୍ସ, ସେବା ନାଁରେ ନେଇଛି ଜୀବନ - 85 patients

ନରହନ୍ତା ନର୍ସ । ମାନବ ରୂପେ ଜନ୍ମ ନେଇ ନିଭାଉଥିଲେ ଦାନବର ଭୂମିକା । ଜଣେ କି ଦୁଇ ଜଣ ନୁହେଁ ନିଜ ଅଧୀନରେ ଚିକିତ୍ସାରତ 85 ଜଣ ରୋଗୀଙ୍କୁ ହତ୍ୟା । ଏନେଇ ଜର୍ମାନର ଏକ କୋର୍ଟ ତାଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 7, 2019, 12:10 PM IST

ନୂଆଦିଲ୍ଲୀ: ସେବାକାରୀ ନୁହେଁ ଥିଲେ ହତ୍ୟାକାରୀ । ମାନବ ରୂପେ ଜନ୍ମ ନେଇ ନିଭାଉଥିଲେ ଦାନବର ଭୂମିକା । ତେବେ ଏହା କୌଣସି ସାଧାରଣ ଲୋକ ନୁହେଁ ସାଧାରଣ ଲୋକଙ୍କ ସେବା ପାଇଁ ନିୟୋଜିତ ଜଣେ ନର୍ସଙ୍କ ଏପରି କୁତ୍ସିତ କାରନାମା । ଜଣେ କି ଦୁଇ ଜଣ ନୁହେଁ ନିଜ ଅଧୀନରେ ଚିକିତ୍ସାରତ ଥିବା 85 ଜଣ ରୋଗୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜର୍ମାନର ଜଣେ ଭାରାପ୍ରାପ୍ତ ନର୍ସଙ୍କୁ ସେଠାକାର କୋର୍ଟ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।

42 ବର୍ଷୀୟ ନିଲେଶ ହୋଗେଲ 5 ବର୍ଷ ମଧ୍ୟରେ 100 ଜଣ ରୋଗୀଙ୍କୁ ପୂର୍ବରୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି । ତେବେ ଏହି ମାମଲାର ବିଚାର କରିବା ସମୟରେ କୋର୍ଟ ଏହାକୁ ଅକ୍ଷମଣୀୟ ଓ ଅପରାଧକୁ ଶଦ୍ଦରେ ବୟାନ କରାଯାଇପାରିବ ନାହିଁ ବୋଲି ରାୟ ଶୁଣାଇ କହିଛନ୍ତି ।

ଖବର ଅନୁୟାୟୀ, ସିରିୟଲ କିଲର ନର୍ସ ଜଣକ ହତ୍ୟା କରିଥିବା ସମସ୍ତ ରୋଗୀଙ୍କ ବୟସ 34 ରୁ 96 ବର୍ଷ ହେବ । ଏହାସହ ଉତ୍ତର ଜର୍ମାନୀର ଡେଲମେନହର୍ଷଟ ଓ ଓଲ୍ଡେନ ବର୍ଗର 2 ଟି ହସ୍ପିଟାଲରେ 2000 ରୁ 2005 ମସିହା ମଧ୍ୟରେ ଏହି ହତ୍ୟାକାଣ୍ଡ କରିଥିବା ସ୍ବୀକାର କରିଛି । ଏହା ପୂର୍ବରୁ ରୋଗୀଙ୍କୁ ବିଭିନ୍ନ ବେଆଇନ ଔଷଧ ଦେଇ ନିଜର ଦକ୍ଷତା ଦେଖାଇବାକୁ ଚେଷ୍ଟା କରିବା ଅଭିଯୋଗରେ ତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଶୁଣାଯାଇଥିଲା ।

Intro:Body:

hdhdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.