ନୂଆଦିଲ୍ଲୀ: କୋରୋନା ଭାଇରସ୍ କାରଣରୁ ଶତାଧିକ କମ୍ପାନୀ ଚୀନ ଛାଡି ବିକଳ୍ପ ସ୍ଥାନ ଖୋଜୁଛନ୍ତି । ଏପରିସ୍ଥଳେ ଭାରତ ଏକ ସର୍ବୋତ୍କୃଷ୍ଟ ବିକଳ୍ପ ଭାବେ ଅନେକ ଅନ୍ତରାଷ୍ଟ୍ରୀୟ କମ୍ପାନୀଙ୍କ ନଜର ଭାରତ ଉପରେ ରହିଛି । ଏପରିସ୍ଥଳେ ଚୀନ୍ ବାହାରକୁ ଯାଉଥିବା କମ୍ପାନୀଗୁଡିକୁ ଆକର୍ଷିତ କରିବାରେ ଭାରତ ସଫଳ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ଜର୍ମାନ ଫୁଟୱେୟାର ବ୍ରାଣ୍ଡ ଭନ୍ ୱେଲକ୍ସ(Von Wellx)ର ପ୍ରଡକ୍ସନ ୟୁନିଟ୍ ଚୀନରୁ ଭାରତକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି । ଭାରତରେ ଏହା ଆଗ୍ରା ଠାରେ ଏହାର ପ୍ରଡକ୍ସନ ୟୁନିଟ୍ ପ୍ରତିଷ୍ଠା କରିବ ଏବଂ ଏଥିପାଇଁ ଲାଟ୍ରିକ୍ ଇଣ୍ଡଷ୍ଟ୍ରିଜ୍ ଚୁକ୍ତି କରିଛି ।
ଭନ୍ ୱେଲକ୍ସ ଏକ ନାମୀଦାମୀ ଫୁଟୱେୟାର ବ୍ରାଣ୍ଡ ଭାବରେ ପରିଚିତ । ଯାହାର ପ୍ରଡକ୍ଟ ପାଦ, ଆଣ୍ଠୁ ଏବଂ ବ୍ୟାକ ପେନକୁ ଆରାମ ପ୍ରଦାନ କରିଥାଏ । ଏହା ମାଂସପେଶୀକୁ ଆଘାତରୁ ରକ୍ଷା କରିଥାଏ ଏବଂ ସେମାନଙ୍କୁ ସଠିକ୍ ସ୍ଥିତିରେ ରଖେ ।
ଏହା ବିଶ୍ବ 80ଟି ଦେଶରେ ବିକ୍ରି ହୁଏ ଏବଂ ଏହାର ପ୍ରାୟ 10କୋଟି ୟୁଜର୍ସ ରହିଛନ୍ତି । ଏହି ବ୍ରାଣ୍ଡ 2019 ରେ ଲଞ୍ଚ କରାଯାଇଥିଲା ଏବଂ ସାରା ବିଶ୍ବରେ 500 ରିଟେଲ ଷ୍ଟୋର୍ ଅଛି | ଏହା ବ୍ୟତୀତ ଅନଲାଇନ୍ ବିକ୍ରୟ ମଧ୍ୟ ହୁଏ ଏହାର ଫୁଟ ୱେୟାର ।