ନୂଆଦିଲ୍ଲୀ: ଜଣେ ଜର୍ମାନ ସାଇକେଲ ଚାଳକ ଭାରତ ଭ୍ରମଣରେ ବାହାରିଛନ୍ତି । କର୍ଟକ ରୋଗ ପ୍ରତି ବିଶ୍ବକୁ ସଚେତନ କରିବା ତାଙ୍କର ଉଦେଶ୍ୟ । ସେ ପ୍ରତିଟି ଦେଶକୁ ସାଇକେଲ ଯୋଗେ ଯାଇ ଏହି ସଚେତନତାର ବାର୍ତ୍ତା ପହଞ୍ଚାଇ ଥାଆନ୍ତି । ତେବେ ଏହା ତାଙ୍କର ଏକ ପ୍ରକାର ପେଶା କହିଲେ ଚଳେ । ପ୍ରତିଥର ଭଳି ଏଥର ମଧ୍ୟ ସେ ନିଜ ସାଇକେଲ ଧରି ବାହାରି ପଡିଥିଲେ ଭାରତ ଅଭିମୁଖେ । ଯାତ୍ରା ଆରମ୍ଭ ହେଲା । ରାସ୍ତାରେ ଯାଉ ଯାଉ ସେ ପହଞ୍ଚିଲେ ଇରାନ । କିନ୍ତୁ ସେଠାରେ ସେ ଜାଣିନଥିଲେ ତାଙ୍କ ସହ ଘଟିବ କିଛି ଅଘଟଣ ।
28 ବର୍ଷୀୟ ଫିଲିପ ସାଇକେଲରେ ନିଜର ଆବଶ୍ୟକୀୟ ଉପକରଣ ଏବଂ ବ୍ୟବହାରିକ ଜିନିଷ ନେଇ ଯାତ୍ରାରେ ବାହାରିପଡିଲେ । ଇତିମଧ୍ୟରେ ସେ ଇରାନ ପହଞ୍ଚିଲେ । ଏଠାର କାସ୍ପିଆନ ସାଗର ନିକଟରେ କିଛି ଯୁବଗୋଷ୍ଠୀ ତାଙ୍କ ଉପରେ ଅଚାନକ ଆକ୍ରମଣ କଲେ । ଫିଲିପଙ୍କଠାରୁ ଜିନିଷ ପତ୍ର ଛଡେଇନେଇ ସେଠାରୁ ଚାଲିଗଲେ । ଫିଲିପଙ୍କ ସ୍ବାସ୍ଥ୍ଯବସ୍ଥା ବହୁତ ଖରାପ ହେବା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ପୁଣି ଜର୍ମାନୀ ଫେରିବାକୁ ପଡିଲା । ସେ ନିଜର କାହାଣୀ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଳରେ ଇରାନ ଲୋକେ ତାଙ୍କ ପୋଷ୍ଟର ପ୍ରତିକ୍ରିୟା ରଖିଛନ୍ତି । ଇରାନବାସୀ କମେଣ୍ଟ ଦେଇଛନ୍ତି ଯେ ଆମେ ସମସ୍ତେ ତୁମ ସହ ଅଛୁ । ଏହାପରେ ଫିଲିପ ମଧ୍ୟ କହିଛନ୍ତି ସେ ଇରାନକୁ କେବେ ଘୃଣା କରିନାହାଁନ୍ତି । ଇରାନବାସୀ ବହୁତ ଭଲ । କିଛି ଦୁଷ୍ଟବ୍ୟକ୍ତିଙ୍କ ଯୋଗୁଁ ଇରାନ ଖରାପ ହୋଇପାରିବ ନାହିଁ ।
ସୂଚନା ଥାଉକି ଫିଲିପ ସାଇକେଲ ଜରିଆରେ ବୁଲିବୁଲି କ୍ୟାନସର ପ୍ରତି ବିଶ୍ବବାସୀଙ୍କୁ ସଚେତନ କରିବା ପାଇଁ ଯାତ୍ରା କରନ୍ତି । ଏହି ଆକ୍ରମଣ ପରେ ସେ ପୁଣି ନିଜ ଯାତ୍ରା ଆରମ୍ଭ କରିବେ । ଫିଲିପ ସାଇକେଲ ଜରିଆରେ 24 ଟି ଦେଶ ଭ୍ରମଣ କରିଛନ୍ତି । ଏପରି ସେ 20,000 କିଲୋମିଟର ଭ୍ରମଣ କରିସାରିଛନ୍ତି । ତେବେ ଫିଲିପଙ୍କର ଏହି ଯାତ୍ରା ଭାରତ ଅଭିମୁଖେ ଥିଲା । ଯାହାକି ଅଧାରୁ ଅଟକିଯାଇଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣି ସେ ଭାରତ ଅଭିମୁଖେ ନିଜ ଯାତ୍ରା ଆରମ୍ଭ କରିବେ ।
https://navbharattimes.indiatimes.com/viral-adda/trending/german-cancer-awareness-cyclist-suspends-tour-after-beaten-in-iran-post-goes-viral-27880/