ETV Bharat / bharat

ଗେହଲଟ VS ପାଇଲଟ: ବହିଷ୍କୃତ ଦୁଇ କ୍ୟାବିନେଟ ମନ୍ତ୍ରୀଙ୍କ ବିବୃତ୍ତି - କ୍ୟାବିନେଟ ମନ୍ତ୍ରୀଙ୍କ ବିବୃତ୍ତି

କ୍ୟାବିନେଟରୁ ବିଦା ହେବା ପରେ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହ ନିଜ ପକ୍ଷ ରଖିଛନ୍ତି । ମେଶ ମୀନା କହିଛନ୍ତି ଯେ, କ’ଣ କରିଥିଲୁ ଯାହାଫଳରେ ଆମକୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ସେହିପରି ବିଶ୍ବେନ୍ଦ୍ର ସିଂହ କହିଛନ୍ତି ଯେ 'ଆମେ କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ କରିନାହୁଁ ।

ଗେହଲଟ VS ପାଇଲଟ
ଗେହଲଟ VS ପାଇଲଟ
author img

By

Published : Jul 14, 2020, 8:36 PM IST

ଜୟପୁର: ରାଜସ୍ଥାନ ରାଜନୀତିର ହାଇଡ୍ରାମା ପରେ ଶେଷରେ ସଚିନ ପାଇଲଟ୍ ଏବଂ ବିଶ୍ବେନ୍ଦ୍ର ସିଂହଙ୍କ ସମେତ ରମେଶ ମୀନା ଆଜି ରାଜ୍ୟ କ୍ୟାବିନେଟ୍‌ରୁ ବହିଷ୍କୃତ ହୋଇଛନ୍ତି । ସଚିନ ଉପମୁଖ୍ୟମନ୍ତ୍ରୀ ପଦ ତଥା ରାଜ୍ୟ କଂଗ୍ରେସର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଯାଇଛି।

କ୍ୟାବିନେଟରୁ ବିଦା ହେବା ପରେ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହ ନିଜ ପକ୍ଷ ରଖିଛନ୍ତି । ରମେଶ ମୀନା କହିଛନ୍ତି ଯେ, କ’ଣ କରିଥିଲୁ ଯାହାଫଳରେ ଆମକୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ଯାହା ବି ଅସନ୍ତୋଷ ଥିଲା, ଏହାକୁ ଆମେ ପାର୍ଟିର ପ୍ଲାଟଫର୍ମରେ ରଖିଥିଲୁ । ପୂର୍ଣ୍ଣ ବିଶ୍ବାସ ଓ ପ୍ରତିବଦ୍ଧତାର ସହ ମୁଁ ଦଳ ପାଇଁ କାର୍ଯ୍ୟ କରୁଥିଲି । ନିଜ କାର୍ଯ୍ୟକଳାପ କାରଣରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ ସମସ୍ତେ ପ୍ରଶଂସା କରିଛନ୍ତି । ଏମିତି କଣ ଦଳ ବିରୋଧୀ କାର୍ଯ୍ୟ କରିଲି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହପରି କ୍ୟାବିନେଟ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂହ କହିଛନ୍ତି ଯେ 'ଆମେ କୌଣସି ଦଳ ବିରୋଧୀ କାର୍ଯ୍ୟକଳାପ କରିନାହୁଁ । କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ରରେ ଯାହା ରହିଛି ତାହା, ଲୋକଙ୍କ ସହ ଜଡିତ ପ୍ରସଙ୍ଗ, ଆମେ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି କରୁଛୁ । କିନ୍ତୁ ମନ୍ତ୍ରୀ ପଦ ପାଇଁ ମୁଁ ଚିନ୍ତିତ ନୁହେଁ । ଜଣେ ବିଧାୟକ ଭାବରେ ମୁଁ ଜନସାଧାରଣଙ୍କ ପାଇଁ ସେବା ଜାରି ରଖିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.