ETV Bharat / bharat

ରାଜସ୍ଥାନରେ କୋରୋନିଲ ବିକ୍ରି ହେଲେ ରାମଦେବ ଯିବେ ଜେଲ: ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନିଲ ଔଷଧ

ବିବାଦ ଘେରରେ ପତଞ୍ଜଳୀର କୋରୋନା ଔଷଧ । ଏହାକୁ ଅବୈଧ ଘୋଷଣା କଲେ ରାଜସ୍ଥାନ ସରକାର । ଔଷଧ ଯଦି ରାଜ୍ୟରେ ବିକ୍ରି ହୁଏ ତାହାଲେ ରାମଦେବ ଜେଲ ଯିବେ ବୋଲି କହିଛନ୍ତି ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା । ଅଧିକ ପଢନ୍ତୁ...

ବାବା ରାମଦେବଙ୍କ କୋରୋନିଲ ଔଷଧକୁ ଅବୈଧ ଘୋଷଣା କଲେ ରାଜସ୍ଥାନ ସରକାର

author img

By

Published : Jun 24, 2020, 8:58 PM IST

ଜୟପୁର: ପତଞ୍ଜଳୀର କୋରୋନା ଔଷଧକୁ ନେଇ ବିବାଦ ଘେରରେ ଯୋଗଗୁରୁ ବାବା ରାମଦେବ । କୋରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଟୀକା ବାହାର କରିଥିବା ନେଇ ରାମଦେବ ଦାବି କରିଛନ୍ତି । ହେଲେ ଏହି ଟୀକାକୁ କେନ୍ଦ୍ର ସରକାରଙ୍କ ପରେ ମଧ୍ୟ ଅବୈଧ ଘୋଷଣା କରିଛନ୍ତି ରାଜସ୍ଥାନର ଗେହଲୋତ ସରକାର । କେବଳ ଏତିକି ନୁହେଁ ରାଜସ୍ଥାନ ସରକାର ସଫାସଫା କହିଦେଇଛନ୍ତି ଯେ ଯଦି ଏହି ଔଷଧ ରାଜ୍ୟରେ ବିକ୍ରି ହୁଏ, ତାହାଲେ ବାବା ରାମଦେବଙ୍କ ଜେଲ ଯିବା ନିଶ୍ଚିତ ।

ବାବା ରାମଦେବଙ୍କ କୋରୋନିଲ ଔଷଧକୁ ଅବୈଧ ଘୋଷଣା କଲେ ରାଜସ୍ଥାନ ସରକାର

ମହାମାରୀ କୋରୋନାର ଭ୍ୟାକ୍ସିନକୁ ଖୋଜିବା ପାଇଁ ସାରା ବିଶ୍ବର ବୈଜ୍ଞାନିକ ଲାଗିଥିବାବେଳେ ବାବା ରାମଦେବ କନ୍ତୁ କୋରୋନାକୁ ପ୍ରତିହତ କରିବାର ଔଷଧ କୋରୋନିଲକୁ ଲଞ୍ଚ କରିଛନ୍ତି । ହେଲେ କୋରୋନିଲ ଲଞ୍ଚିଂର କିଛି ଘଣ୍ଟା ପରେ ଏହି ଔଷଧ ବିବାଦ ଘେରକୁ ଆସିଯାଇଥିଲା । ଆୟୂଷ ମନ୍ତ୍ରଣାଳୟ ଏହି ଔଷଧର ପ୍ରଚାର ପ୍ରସାର ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଦେଇଛି । ସେପଟେ ଗେହଲଟ ସରକାର ମଧ୍ୟ ଏହି ଔଷଧକୁ ସମ୍ପୂର୍ଣ୍ଣ ଅବୈଧ ଘୋଷଣା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା କଥା ମଧ୍ୟ କହିଛନ୍ତି ।

ରାଜସ୍ଥାନ ସରକାର ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ କହିବା ଅନୁଯାୟୀ ଯେଉଁ ଭ୍ୟାକ୍ସିନର ଦାବି ବାବା ରାମଦେବ କରୁଛନ୍ତି, ତାର ପରୀକ୍ଷଣ ରାଜସ୍ଥାନରେ କରାଯାଇନାହିଁ । ଏହାର ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଠାରୁ କୌଣସି ଅନୁମତି ନିଆଯାଇନାହିଁ । ସେ କହିଛନ୍ତି, କୌଣସି ବି ଔଷଧ ବିକ୍ରି ନେଇ ନିୟମ ରହିଛି । ଯଦି ଏହାପରେ ବି ଏହି ଔଷଧ ରାଜସ୍ଥାନରେ ବିକ୍ରି ହୁଏ, ତାହାଲେ ରାମଦେବଙ୍କୁ ନିଶ୍ଚିତ ଜେଲ ଯିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.