ETV Bharat / bharat

ଗିଲାନୀ ଏବଂ କାଶ୍ମୀରର ବିଚ୍ଛିନ୍ନତାବାଦୀ ରାଜନୀତି

ଗିଲାନୀଙ୍କ ଜ୍ବାଇଁଙ୍କ ସମେତ ବିଭିନ୍ନ ବିଚ୍ଛିନ୍ନତାବାଦୀ ନେତାଙ୍କ ଦ୍ବାରା କଳାଟଙ୍କା କାରବାର ସଂପର୍କରେ ଭାରତର ପ୍ରମୁଖ ତଦନ୍ତକାରୀ ସଂସ୍ଥା, ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ତଦନ୍ତ ଚଳାଇଥିବା ସମୟରେ, ସର୍ବସାଧାରଣରେ ପ୍ରକାଶିତ ଗିଲାନୀଙ୍କ ଏକ ପତ୍ରରେ ଆର୍ଥିକ ଅନିୟମିତତା କଥାକୁ ସ୍ବୀକାର କରାଯିବା ଘଟଣା ଦୁର୍ବୋଧ୍ୟ ମନେହୁଏ ।

author img

By

Published : Jun 29, 2020, 10:35 PM IST

Syed Ali Shah Geelani, politics in kashmir, kashmir latest news, separatist politics in kashmir, ଶୟେଦ ଅଲ୍ଲି ଶାହ ଗିଲାନୀ, କଶ୍ମୀରରେ ରାଜନୀତି, କଶ୍ମୀରରେ ବିଚ୍ଛିନ୍ନତାବାଦୀ ରାଜନୀତି, କଶ୍ମୀର ଲାଟେଷ୍ଟ ନ୍ୟୁଜ୍‌
ଗିଲାନୀ ଏବଂ କାଶ୍ମୀରର ବିଚ୍ଛିନ୍ନତାବାଦୀ ରାଜନୀତି

ସୟଦ ଅଲି ଶାହ ଗିଲାନୀ, ନବେ ବର୍ଷ ବୟସ୍କ ହୁରିୟତ କନ୍‌ଫରେନ୍‌ସର ଆଜୀବନ ଅଧ୍ୟକ୍ଷ, ସୋମବାର ଦିନ ସଂଗଠନରୁ ଇସ୍ତଫା ଦେଇଛନ୍ତି ଏବଂ ଜାମ୍ମୁ ଓ କାଶ୍ମୀରରେ ସାମଗ୍ରିକ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଉପରେ ଏହାର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପଡ଼ିବ ।

ହୁରିୟତ ପରିତ୍ୟାଗ କରିବା ସଂପର୍କରେ ସେ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ରାଜନୀତିରୁ ସନ୍ନ୍ୟାସ ନେବା ସହ ସମାନ ଏବଂ ତାଙ୍କର ରୋଗଗ୍ରସ୍ତ ବୟସାଧିକ୍ୟ ଅବସ୍ଥାକୁ ବିଚାରକୁ ନେଲେ, ଏ ସଂପର୍କରେ ବାସ୍ତବ ରାଜନୈତିକ କ୍ଷେତ୍ରରୁ ହୁଏତ ଖୁବ କମ୍‌ କିମ୍ବା ନଗଣ୍ୟ ପ୍ରତିକ୍ରିୟା ପ୍ରକାଶ ପାଇବା ସମ୍ଭାବନା ରହିଛି । ସମ୍ଭବତଃ, ଏହା କାଶ୍ମୀରରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ନିୟୋଜିତ ବିଭିନ୍ନ ସଂସ୍ଥାକୁ ଖୁବ୍‌ ଅଧିକ ଆଶ୍ବସ୍ତ କରିବ । କାରଣ, ହୁରିୟତ ମୁଖ୍ୟ ହିସାବରେ ତାଙ୍କର ଦେହାନ୍ତ ଘଟିଥିଲେ କାଶ୍ମୀରରେ ଆଉ ଏକ ବଡ଼ ଧରଣର ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଥିଲା ।

ସରକାରଙ୍କର ଏବଂ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ରରେ ସରକାରୀ ସ୍ତରରେ ସଂପୃକ୍ତ ବ୍ୟକ୍ତିମାନଙ୍କର କାମକୁ ସେ ସହଜ କରିଦେଇଛନ୍ତି ଏବଂ ବୋଧହୁଏ, ଏହି କାରଣରୁ ହିଁ ପୂର୍ବତନ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ରୂପ ଦେବାରେ ଅନ୍ୟତମ ମୁଖ୍ୟ ଭୂମିକା ତୁଲାଇଥିବା ତୁଙ୍ଗ ବିଜେପି ନେତା ରାମ ମାଧବ କାଳବିଳମ୍ବ ନ କରି ଥରେ ନୁହେଁ, ତିନି ତିନି ଥର ଟ୍ବିଟ୍‌ କରିଛନ୍ତି ଯେ, ‘ଗିଲାନୀ ହୁରିୟତରୁ ଇସ୍ତଫା ଦେଲେ’ ଏବଂ ତାଙ୍କ ପ୍ରଥମ ଟ୍ବିଟ୍‌ରେ ‘ଗିଲାନୀ’ ଅକ୍ଷର ସମ୍ବଳିତ ଏକ ଫଟୋଚିତ୍ର ସଂଯୁକ୍ତ କରାଯାଇଛି । ତାଙ୍କ ତୃତୀୟ ଟ୍ବିଟ୍‌ରେ ମାଧବ ଲେଖିଛନ୍ତି ‘କାଶ୍ମୀରର ହଜାର ହଜାର ଯୁବକ ଓ ପରିବାରର ଜୀବନକୁ ଧ୍ବଂସ କରିବା ଲାଗି ଦାୟୀ ଏକମାତ୍ର ବ୍ୟକ୍ତି’; କାଶ୍ମୀର ଉପତ୍ୟକାକୁ ଆତଙ୍କ ହିଂସା ମଧ୍ୟକୁ ଠେଲି ଦେଇଥିବା ବ୍ୟକ୍ତି । ବର୍ତ୍ତମାନ କୌଣସି କାରଣ ନ ଦର୍ଶାଇ ହୁରିୟତରୁ ଇସ୍ତଫା ଦେଇଛନ୍ତି । ଏହା କ’ଣ ଅତୀତର ସବୁ ପାପରୁ ତାଙ୍କୁ ମୁକ୍ତ କରିଦେବ ?’ ଆଜିକୁ ପ୍ରାୟ ବର୍ଷେ ହେଲା ନିରବ ରହିଥିଲେ ହେଁ ରାଜନୈତିକ ପ୍ରାସଙ୍ଗିକତା ଦୃଷ୍ଟିରୁ ଗିଲାନୀଙ୍କ ମହତ୍ତ୍ବ କେତେ, ତାହା ଏଥିରୁ ହିଁ ଜଣାପଡ଼େ ।

ସମ୍ବିଧାନର 370 ଧାରା ଉଚ୍ଛେଦ ସହିତ ପୂର୍ବତନ କାଶ୍ମୀର ରାଜ୍ୟର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହୃତ ହେବା ପରବର୍ତ୍ତୀ ସମୟରେ, କେବେ କେମିତି କ୍ଷୁଦ୍ର ବାର୍ତ୍ତାଟିଏ ଦେବା ବ୍ୟତୀତ, ଗିଲାନୀଙ୍କ ହୁରିୟତ୍‌ରଲକିମ୍ବା ତାଙ୍କ ନିଜର ବକ୍ତବ୍ୟ ପ୍ରାୟତଃ ଶୁଣିବାକୁ ମିଳୁ ନଥିଲା କିମ୍ବା ସେ କୌଣସି ପ୍ରତିବାଦ କାର୍ଯ୍ୟସୂଚୀ ଜାରି କରି ନଥିଲେ । ଗିଲାନୀଙ୍କ ଇସ୍ତଫାପତ୍ର ନିର୍ବିଘ୍ନରେ କାଶ୍ମୀରରେ ଏବଂ ସୀମା ଆରପଟର ଲୋକଙ୍କ ପାଖରେ ପହଞ୍ଚିଥିଲା ଏବଂ ଏହା ସହିତ ଏକ ଅଡିଓ ବାର୍ତ୍ତା ରହିଥିଲା, ଯେଉଁଥିରେ ହୁରିୟତ୍‌ ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଅର୍ଥ ଓ କ୍ଷମତାକୁ କେନ୍ଦ୍ର କରି ହୁରିୟତ ନେତାମାନଙ୍କ ମଧ୍ୟରେ ଟଣାଓଟରାର ବିସ୍ତୃତ ବିବରଣୀ ଦିଆଯାଇଥିଲା ଏବଂ ମାତ୍ର କେଇ ମିନିଟ୍‌ ମଧ୍ୟରେ ଏହା ଭାଇରାଲ୍‌ ହେବା ସହିତ ଉଭୟ ଆଞ୍ଚଳିକ ଏବଂ ଜାତୀୟ ଖବରରେ ଶିରୋନାମା ପାଲଟିଥିଲା । ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ହୁରିୟତ୍‌ ପରିତ୍ୟାଗ କରିବା ସହିତ ସେମାନେ ଯେ ଆଉ ପ୍ରାସଙ୍ଗିକ ହୋଇ ରହିନାହାନ୍ତି ବୋଲି ବୁଝିପାରିଥିବା ସଂପର୍କରେ ଏହି ଇସ୍ତଫାପତ୍ରରୁ ସ୍ପଷ୍ଟ ସଂକେତ ମିଳେ । ଏ ହେଉଛନ୍ତି ସେହି ନେତା, ଯିଏ କି ନିର୍ବିରୋଧ ଲୋକପ୍ରିୟତା ଅର୍ଜନ କରିଥିଲେ ଏବଂ 2008 ମସିହାର ଅମରନାଥ ଜମି ମାମଲାରେ ନିଜର ସଂପୂର୍ଣ୍ଣ କର୍ତ୍ତୃତ୍ବ ଜାହିର କରିଥିଲେ । ଏମିତି କି ତାଙ୍କ ପାହ୍ୟାରେ କେହି ସମାନ୍ତରାଳ ନେତା ରହିଥିବା କଥା ଗ୍ରହଣ କରିବାକୁ ସେ ଅନିଚ୍ଛୁକ ଥିଲେ । ବାସ୍ତବରେ, ସେ ସମୟରେ ତାଙ୍କ ପୁଅ ଡକ୍ଟର ନୟିମଙ୍କୁ ହୁରିୟତ୍‌ରେ ତାଙ୍କର ଉତ୍ତରାଧିକାରୀ ରୂପେ ଘୋଷଣା କରି ସେ ଏକ ଆଇନଗତ ଇଚ୍ଛାପତ୍ର ସ୍ବାକ୍ଷର କରିଥିବା ଅଭିଯୋଗ ହୋଇଥିଲା । ସମଗ୍ର ବିଚ୍ଛିନ୍ନତାବାଦୀ ଶିବିରରେ ଏହା ଗଣ୍ଡଗୋଳ ସୃଷ୍ଟି କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଏହି ଇଚ୍ଛାପତ୍ରକୁ ପ୍ରତ୍ୟାହାର କରିନେଇଥିଲେ ।

ସେତେବେଳେ ତାଙ୍କର ନିରଙ୍କୁଶ ଲୋକପ୍ରିୟତା ଥିଲା ଏବଂ ତାଙ୍କ ନେତୃତ୍ବ ପ୍ରତି ବିପଦ ଆଶଙ୍କା, ବର୍ତ୍ତମାନ ସମୟ ଅନୁରୂପ, ବିଶେଷତଃ 2019 ଅଗଷ୍ଟ 5 ତାରିଖର ନିଷ୍ପତ୍ତି ପରବର୍ତ୍ତୀ ସମୟରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପ୍ରତି ସରକାରଙ୍କ ପ୍ରତିକ୍ରିୟା ଦୃଷ୍ଟିରୁ, ଏତେ ବେଶୀ ନଥିଲା ।

ଗିଲାନୀ ସବୁବେଳେ ସରକାରଙ୍କ ବିରୋଧରେ ସମାଲୋଚନାର ସ୍ବର ଉଠାଇ ଆସିଥିଲେ ଏବଂ ତାଙ୍କର ସାଲିସବିହୀନ ଦୃଷ୍ଟିକୋଣ ଯୋଗୁଁ ସେ ଅନ୍ୟାନ୍ୟ ବିଚ୍ଛିନ୍ନତାବାଦୀମାନଙ୍କ ଦୃଷ୍ଟିଭଙ୍ଗୀରେ ଦୋଷଗୁଣ ବାଛିବା ଲାଗି ଏକ ପ୍ରକାର ଅଧିକାର ପାଇଥିଲେ । ନବେ ଦଶକର ପୂର୍ବ ଭାଗରେ ଯେତେବେଳେ ଅଲତାଫ ଅହମଦ ଓରଫ ଆଜମ ଇନ୍‌କିଲାବୀ ଅସ୍ତ୍ରତ୍ୟାଗ କରିଥିଲେ, ସେତେବେଳେ ଗିଲାନୀ ତାଙ୍କର ଏହି ପଦକ୍ଷେପକୁ ଆତ୍ମସମର୍ପଣ ବୋଲି କହିଥିଲେ । ପାକିସ୍ତାନରେ ଆସନ ଅଧିକାର କରିଥିବା ବ୍ୟକ୍ତିମାନଙ୍କ ସହିତ ଇନ୍‌କିଲାବୀଙ୍କର ମତଭେଦ ଥିଲେ ହେଁ ତାଙ୍କ ବିରୋଧରେ କୌଣସି ପ୍ରକାର ଅନିୟମିତତା ଅଭିଯୋଗ ନଥିଲା। 2003ରେ ଗିଲାନୀ ଯେତେବେଳେ ମୂଳ ହୁରିୟତ ସଂଗଠନଠାରୁ ଦୂରେଇ ଗଲେ, ସେତେବେଳେ ଭାରତ ଓ ପାକିସ୍ତାନ ସହ ଏକ ବାର୍ତ୍ତାଳାପରେ ଭାଗ ନେଇଥିବା ନେତାମାନେ ସଂଗଠନକୁ ବିକ୍ରି କରିଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ସେ ହୁରିୟତର ଆଉ ଏକ ଗୋଷ୍ଠୀ ଗଢ଼ିଲେ ଏବଂ ଏହାକୁ ‘ଶୁଦ୍ଧିକରଣ ପ୍ରକ୍ରିୟା’ ଭାବରେ ନାମିତ କଲେ ।

ଗିଲାନୀଙ୍କ ଜ୍ବାଇଁଙ୍କ ସମେତ ବିଭିନ୍ନ ବିଚ୍ଛିନ୍ନତାବାଦୀ ନେତାଙ୍କ ଦ୍ବାରା କଳାଟଙ୍କା କାରବାର ସଂପର୍କରେ ଭାରତର ପ୍ରମୁଖ ତଦନ୍ତକାରୀ ସଂସ୍ଥା, ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ତଦନ୍ତ ଚଳାଇଥିବା ସମୟରେ, ସର୍ବସାଧାରଣରେ ପ୍ରକାଶିତ ଗିଲାନୀଙ୍କ ଏକ ପତ୍ରରେ ଆର୍ଥିକ ଅନିୟମିତତା କଥାକୁ ସ୍ବୀକାର କରାଯିବା ଘଟଣା ଦୁର୍ବୋଧ୍ୟ ମନେହୁଏ ।

ବାସ୍ତବରେ ଗିଲାନୀଙ୍କ ଇସ୍ତଫାପତ୍ରରୁ ଅନେକ ଗୁମର ପଦାକୁ ଆସିବାରେ ଲାଗିଛି । ଶ୍ରୀନଗରରୁ ମୁଜାଫରାବାଦ ଯାଏଁ, ସବୁଠି ତାଙ୍କ ଇସ୍ତଫାପତ୍ରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ଏବଂ ଏହାକୁ ନେଇ ତାଙ୍କ ନାତୁଣୀ ଟ୍ବିଟ୍‌ କରିଛନ୍ତି ଯେ, ‘ନିଜର ଆଦର୍ଶବାଦ, ରାଜନୈତିକ ଦୃଷ୍ଟିଭଙ୍ଗୀ, ବିଶ୍ବାସ ଏବଂ ଆସ୍ଥାରୁ କେହି ଇସ୍ତଫା ଦେଇପାରିବେ ନାହିଁ । ବୋଧହୁଏ, ଏହି ଇସ୍ତଫାପତ୍ର ସେମାନଙ୍କ ପାଇଁ, ଯେଉଁମାନେ ଗିଲାନୀଙ୍କୁ ହୁରିୟତ୍‌ରୁ ବାହାର କରିବାକୁ ଚାହୁଁଥିଲେ ଏବଂ ପ୍ରାୟତଃ ଏଥିରେ ସଫଳ ହେବାକୁ ଯାଉଥିଲେ, କିନ୍ତୁ ସେମାନେ ତାହା କରିବା ପୂର୍ବରୁ ଗିଲାନୀ ଏକ ସମ୍ମାନଜନକ ଅବ୍ୟାହତି ଚାହିଁଲେ ଏବଂ ସଂଗଠନ ପରିତ୍ୟାଗ କଲେ ।

ବିଲାଲ ଭଟ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.