ETV Bharat / bharat

ଗୌତମ ଗମ୍ଭୀର ନିଖୋଜ !

author img

By

Published : Nov 17, 2019, 12:10 PM IST

ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିଖୋଜ ନେଇ ଦିଲ୍ଲୀ ଆଇଟିଓ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ପୋଷ୍ଟର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଗୌତମ ଗମ୍ଭୀର ନିଖୋଜ !

ନୂଆଦିଲ୍ଲୀ: ଗୌତମୀ ଗମ୍ଭୀର ନିଖୋଜ । ଏମିତି ଏକ ପୋଷ୍ଟର ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଗତ ନଭେମ୍ବର 15ରେ ଦିଲ୍ଲୀରେ ଆୟୋଜନ ହୋଇଥିବା ଷ୍ଟାଣ୍ଡିଂ କମିଟିର ପୌର ବିକାଶ ବୈଠକରେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଯୋଗ ଦେଇନଥିଲେ । ଏହି ଘଟଣାକୁ ନେଇ ସେ ନିଖୋଜ ଥିବା ପୋଷ୍ଟର ଲଗାଯାଇଥିବା ଜଣାପଡିଛି ।

ଏହି ପୋଷ୍ଟରରେ ଲେଖାଯାଇଛି ଯେ, କ'ଣ ଆପଣ ଏହି ବ୍ୟକ୍ତିଙ୍କୁ ଦେଖିଛନ୍ତି ? ଶେଷ ଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବାର ଦେଖିବାକୁ ମିଳିଥିଲା । ସେବେଠୁ ଦିଲ୍ଲୀ ତାଙ୍କୁ ଖୋଜୁଛି । ଏମିତି କିଛି ଲେଖାହୋଇ ଗଛ ଗୁଡିକରେ ଗୌତମ ଗମ୍ଭୀରଙ୍କର ପୋଷ୍ଟର ଲଗାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏଠାରେ ସୂଚନା ଥାଉ ଯେ, ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ନଭେମ୍ବର 15ରେ ବୈଠକ ଡକାଯାଇଥିବା ବେଳ ଏଥିରେ ଗୌତମ ଗମ୍ଭୀରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଅନୁପସ୍ଥିତ ଥିବାରୁ ବୈଠକକୁ ବାତିଲ କରାଯାଇଥିଲା । ଏହାପରେ ଇନ୍ଦୋରରେ ଚାଲିଥିବା ଭାରତ- ବାଂଲାଦେଶ ମ୍ୟାଚରେ ଗୌତମ ଗମ୍ଭୀରଙ୍କ ସହ ଭିଭିଏସ ଲକ୍ଷ୍ମଣ ଏକ ଫଟୋ ଉଠାଇ ଟ୍ବିଟ କରିଥିଲେ । ଯେଉଁଥିରେ ଗମ୍ଭୀର ଜିଲାପି ଓ ପୋହା ଖାଉଥିବା ନଜର ଆସିଥିଲେ । ତେବେ ଏହାକୁ ନେଇ ଆମ ଆଦମୀ ପାର୍ଟି ଏକ ଟ୍ବିଟ କରି ଗମ୍ଭୀରଙ୍କୁ କଡା ନିନ୍ଦା କରିଥିଲା ।

ଯାହାର ଉତ୍ତର ଦେଇ ଗମ୍ଭୀର ଏକ ଟ୍ବିଟ କରିଥିଲେ। ଯେଉଁଠି ସେ ଲେଖିଥିଲେ "ମୋ କାମ କଥା କହିବ। ଯଦି ମତେ ଗାଳି ଦେଇ ଦିଲ୍ଲୀର ପ୍ରଦୂଷଣ କମୁଛି, ତେବେ ଆପଣ ମତେ ଯେତେ ଇଚ୍ଛା ଗାଳି କରିପାରନ୍ତି। "

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.