ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାସ୍ଥିତ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଗୁରୁବାର ମଧ୍ୟ ରାତ୍ରିରେ ଗ୍ୟାସ ଲିକ ହେବାରୁ 6ଜଣ କର୍ମଚାରୀ ଗୁରୁତର ଆହତ ହୋଇଛି। ସେମାନଙ୍କୁ ସ୍ଥାନୀୟ ସେକ୍ଟର 9ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଷ୍ଟିଲ ପ୍ଲାଣ୍ଟର ଡିଜିଏମ ରାଜେଶ କୁମାର ମଧ୍ୟ ସାମିଲ ଥିବା ଜଣାପଡିଛି।
ଗୁରୁବାର ମଧ୍ୟରାତ୍ରି ପ୍ରାୟ 2.45 ସମୟରେ ବ୍ଲାଷ୍ଟ 8 ନମ୍ବର ଫର୍ଣ୍ଣେନ୍ସରୁ ଗ୍ୟାସ ଲିକ ହୋଇଥିଲା। ଏହାଦ୍ବାରା ସେଠାରେ କାର୍ଯ୍ୟକରୁଥିବା 6 ଜଣ କର୍ମଚାରୀ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଗ୍ୟାସ ଲିକକୁ ନିୟନ୍ତ୍ରଣ କରାଯାଇଥିଲା। ଷ୍ଟିଲ ପ୍ଲାଣ୍ଟର କର୍ମଚାରୀ ଏବଂ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବହୁତ ବଡ ଦୁର୍ଘଟଣାକୁ ଟାଳି ଦିଆଯାଇଛି।