ପାଟନା: ଗତ କିଛିଦିନ ହେବ ଦେଶର ବିଭିନ୍ନ ସ୍ଥାନରୁ ଗ୍ୟାସ ଲିକ୍ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ତେବେ ରବିବାର ବିହାରର ରାଜଧାନୀ ପାଟଣାରୁ ଏକ ଗ୍ୟାସ ଲିକ୍ ଖବର ସାମ୍ନାକୁ ଆସିଛି।
ଏକ ବରଫ କାରଖାନାରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିବା ଖବର ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମାତ୍ର ଏହି ଗ୍ୟାସ ନିର୍ଗତ ଘଟଣାରେ କୌଣସି ଲୋକଙ୍କର କ୍ଷତି ହୋଇ ନାହିଁ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଘଟଣା ବିଷୟରେ ଖବର ପାଇବା ପରେ ସ୍ଥାନୀୟ ଲୋକ ଅନ୍ୟତ୍ର ପଳାୟନ ପାଇଁ ପରାମର୍ଶ ଦିଆଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ବରଫ କାରଖାନାରୁ ନାଇଟ୍ରୋଜେନ ଗ୍ୟାସର ଲିକ୍ ହେଉଛି।
ଏହି ଘଟଣାକୁ ନେଇ ପାଟନା ପୋଲିସ ଟିମ୍ ଏବଂ ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟ କରୁଛନ୍ତି ଏବଂ କାରଖାନାର ମାଲିକଙ୍କୁ ଖୋଜୁଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ଦାଖଲ କରିବାକୁ ଚେଷ୍ଟା କରୁଛନ୍ତି।