ETV Bharat / bharat

କୋରୋନା ପ୍ରଭାବ: ଗଙ୍ଗାନଦୀ ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଛି - ଗଙ୍ଗା ନଦୀ

ଲକଡାଉନ ସମୟରେ ଗଙ୍ଗା ନଦୀ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର ହୋଇଛି । ଗାଧୋଇବା ଏବଂ ମତ୍ସ୍ୟଚାଷ ପାଇଁ ଜଳର ଗୁଣବତ୍ତା ଅନୁକୂଳ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

Ganges river clears more than before
ଗଙ୍ଗା ନଦୀ ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଛି
author img

By

Published : Apr 26, 2020, 3:59 PM IST

ନୂଆଦିଲ୍ଲୀ: କୋରୋନା ପାଇଁ ଲାଗୁ ହୋଇଥିବା ଦେଶବ୍ୟାପୀ ଲକଡାଉନ ସମୟରେ ଗଙ୍ଗା ନଦୀ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର ହୋଇଛି । ନଦୀ ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ (ଏନଏମସିଜି) ର ମହାନିର୍ଦ୍ଦେଶକ ରାଜୀବ ରଂଜନ ମିଶ୍ରା । ରାଜୀବ ରଂଜନ ମିଶ୍ରା କହିଛନ୍ତି ଯେ, ଲକଡାଉନ ର କିଛି ଦିନ ପରେ ଆମେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏବଂ ସଂପୃକ୍ତ ରାଜ୍ୟମାନଙ୍କ ସହିତ ଏକ ବୈଠକ କରି ନଦୀ ଜଳର ଗୁଣବତ୍ତା ଉପରେ ନଜର ରଖିବା ବିଷୟରେ ସେମାନଙ୍କ ସହ ଆଲୋଚନା କରିଥିଲୁ ।

ସେ କହିଛନ୍ତି, 'ଏହାକୁ ଭିତ୍ତିକରି ଜଳ ଗୁଣବତ୍ତା ମନିଟରିଂ ଷ୍ଟେସନ ଏପ୍ରିଲରେ ଗଙ୍ଗା ନଦୀ ଜଳର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲା ​​ଏବଂ ଏହାକୁ ଅଧ୍ୟୟନ ପାଇଁ ପଠାଯାଇଥିଲା। ଏନଏମସିଜିର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଆମେ ପ୍ରାଥମିକ ରିପୋର୍ଟ ଗ୍ରହଣ କରିଛୁ ଏବଂ ଏହା ସ୍ପଷ୍ଟ ହୋଇଛି ଯେ ଗଙ୍ଗା ନଦୀ ଜଳ ପୂର୍ବ ଅପେକ୍ଷା ଅଧିକ ସ୍ବଚ୍ଛ ହୋଇଛି। ଏହାସହ ଗଙ୍ଗା ନଦୀର ଅନେକ ସ୍ଥାନରେ ଦ୍ରବୀଭୂତ ଅମ୍ଳଜାନ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି, ଯାହା ଜଳର ପରିଷ୍କାର ପରିଚ୍ଛନ୍ନତାର ସ୍ପଷ୍ଟ ସୂଚକ ଅଟେ ।

ମିଶ୍ରା କହିଛନ୍ତି ଯେ, ଅନେକ ସ୍ଥାନରେ ନଦୀ ଜଳରେ ଜୈବ ଅମ୍ଳଜାନର ଚାହିଦା (BOD) ସ୍ତର ପୂର୍ବ ତୁଳନାରେ ହ୍ରାସ ପାଇଛି । ଏହା ପ୍ରମାଣ କରେ ଯେ ନଦୀ ଜଳର ଗୁଣବତ୍ତା ଉନ୍ନତ ହୋଇଛି। ଜଳରେ ଦ୍ରବୀଭୂତ ଅମ୍ଳଜାନ ସ୍ତର 5 ମିଗ୍ରା ଅଧିକ ଏବଂ ବିଓଡି ସ୍ତର 4 ମିଗ୍ରା କମ୍ ହେବା ଉଚିତ୍ । ଏହି ଉଭୟ ପାରାମିଟରରେ ଗଙ୍ଗା ନଦୀର ଜଳ ଗୁଣ ପୂର୍ବ ଅପେକ୍ଷା ଭଲ ରହିଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ଗଙ୍ଗା ନଦୀର ଜଳ ଅଧିକାଂଶ ମନିଟରିଂ ସେଣ୍ଟରରେ ଗାଧୋଇବା ପାଇଁ ଉପଯୁକ୍ତ ବୋଲି ଜଣାପଡିଛି। ସିପିସିବିର ରିଅଲ ଟାଇମ ମନିଟରିଂ ତଥ୍ୟ ଅନୁଯାୟୀ, ଗଙ୍ଗା ନଦୀର ବିଭିନ୍ନ ସ୍ଥାନରେ ଅବସ୍ଥିତ 36 ଟି ମନିଟରିଂ ୟୁନିଟରେ ପ୍ରାୟ 27 ପଏଣ୍ଟରେ ଗାଧୋଇବା ଏବଂ ବନ୍ୟଜନ୍ତୁ ଏବଂ ମତ୍ସ୍ୟଚାଷ ପାଇଁ ଜଳର ଗୁଣବତ୍ତା ଅନୁକୂଳ ବୋଲି ଜଣାପଡିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.