ETV Bharat / bharat

ହାଡଭଙ୍ଗା ଶୀତରେ ଆସ୍ଥାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ

ପୂଣ୍ୟ ପ୍ରାପ୍ତି ଓ ପାପ କ୍ଷୟ ପାଇଁ ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ପହଞ୍ଚି ସକାଳୁ ସକାଳୁ ଗଙ୍ଗାସ୍ନାନ କରୁଛନ୍ତି। ଅଧିକ ପଢନ୍ତୁ...

author img

By

Published : Jan 4, 2020, 1:07 PM IST

Haridwar
ହାଡଭଙ୍ଗା ଶୀତରେ ଆସ୍ଥାର ବୁଡପକାଉଛନ୍ତି ଶ୍ରଦ୍ଧାଳୁ

ଡେରାଡୁନ: ହିନ୍ଦୁ ଧର୍ମରେ ଅନେକ ଆସ୍ଥା ଓ ବିଶ୍ବାସ ଭରି ରହିଛି । ଯାହାକୁ ବିନା କୁଣ୍ଠାବତରେ ପାଳନ କରୁଛନ୍ତି ଲୋକେ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ରାଜ୍ୟରେ ଅନୁଭୂତ ହେଉଛି ରକ୍ତ ଜମାଟ ବାନ୍ଧିଦେଲା ଭଳି ଥଣ୍ଡା । ବରଫ ସାଙ୍ଗକୁ ସ୍ଥାନେ ସ୍ଥାନେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ।

ତେବେ ଏହିଭଳି ପରିସ୍ଥିତିରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଥିବାବେଳେ ଧର୍ମନଗରୀ ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ପହଞ୍ଚି ସକାଳୁ ସକାଳୁ ଗଙ୍ଗାସ୍ନାନ କରୁଛନ୍ତି । କାରଣ ବିଶ୍ବାସ ରହିଛି ଯେ, ଗଙ୍ଗା ସ୍ନାନ କଲେ ସମସ୍ତ ପାପ ଧୋଇହୋଇ ପୂଣ୍ୟ ପ୍ରାପ୍ତି ହୋଇଥାଏ ।

ନୂଆ ବର୍ଷର ଆରମ୍ଭ ହୋଇଯାଇଥିବା ବେଳେ ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ହାଡଭଙ୍ଗା ଶୀତକୁ ଖାତିର ନକରି ଧର୍ମନଗରୀ ହରିଦ୍ବାରରେ ଶ୍ରଦ୍ଧାଳୁ ମାନେ ଆସ୍ଥାର ବୁଡ ପକାଉଥିବା ଦେଖିବାକୁ ମିଳିଛି । ତେବେ ଚଳିତମାସରେ ରାଜସ୍ଥାନ, ଗୁଜୁରାଟ, ଜମ୍ମୁ ଓ କାଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.