ହାଇଦ୍ରାବାଦ:ବୈଶାଖ ଶୁକ୍ଲ ସପ୍ତମୀ ଆଜିର ଦିନରେ ସାରା ଭାରତରେ ସମ୍ମାନ ଓ ଉତ୍ସାହ ସହିତ ଗଙ୍ଗା ଜୟନ୍ତୀ ଭାବରେ ପାଳନ କରାଯାଏ । ହିନ୍ଦୁ କ୍ୟାଲେଣ୍ଡରରେ ଗଙ୍ଗା ସପ୍ତମୀ କିମ୍ବା ଗଙ୍ଗା ଜୟନ୍ତୀ ଅନ୍ୟତମ ଶୁଭ ଦିନ ଅଟେ । ମାଆ ଗଙ୍ଗା ବୈଶାଖ ଶୁକ୍ଲ ସପ୍ତମୀ ଭଳି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ। ଏହି କାରଣରୁ, ଏହି ପବିତ୍ର ତାରିଖ ଗଙ୍ଗା ଜୟନ୍ତୀ ଭାବରେ ପାଳନ କରାଯାଏ ।

ଗଙ୍ଗା ଜୟନ୍ତୀରେ ପୂଜା କରିବା ଦ୍ବାରା ମାଙ୍ଗଳିକ ଦୋଷରେ ପୀଡିତ ଲୋକଙ୍କୁ ବିଶେଷ ଲାଭ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଗଙ୍ଗା ଜୟନ୍ତୀ ଶୁଭ ଅବସରରେ ଗଙ୍ଗାରେ ସ୍ନାନ କରିବା ଦ୍ବାରା ପୂଣ୍ଣ୍ୟ ଲାଭ ହୋଇଥାଏ । ଏହି ତିଥି ପବିତ୍ର ଗଙ୍ଗା ନଦୀ ପୃଥିବୀକୁ ଆସିଥିବା ଖିସିରେ ପାଳନ କରାଯାଇଥାଏ । ମାତା ଗଙ୍ଗାଙ୍କ ଜନ୍ମର କାହାଣୀ ସ୍କନ୍ଦପୁରାଣ, ବାଲ୍ମିକୀ ରାମାୟଣ ଇତ୍ୟାଦି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।
ଶାସ୍ତ୍ର ଅନୁଯାୟୀ, ବୈଶାଖ ମାସର ଶୁକ୍ଲ ପାକ୍ଷର ସପ୍ତମୀ ତିଥିରେ ଗଙ୍ଗା ସ୍ୱର୍ଗରୁ ଶିବ ଶଙ୍କରଙ୍କ ଜଟାରେ ପହଞ୍ଚିଥିଲେ, ଅର୍ଥାତ୍ ଯେଉଁ ଦିନ ମାଆ ଗଙ୍ଗା ଉତ୍ପନ୍ନ ହୋଇଥିଲେ । ସେହି ଦିନ ଗଙ୍ଗା ଜୟନ୍ତୀ ଏବଂ 'ଗଙ୍ଗା ଦଶହରା' ଭାବେ ପାଳନ କରାଯାଏ । ଗଙ୍ଗାଜଳକୁ ସବୁଠୁ ପବିତ୍ର ବୋଲି ବିଶ୍ବାସ କରାଯାଏ । ଅନେକ ପର୍ବ ଏବଂ ଉତ୍ସବରେ ଗଙ୍ଗା ସ୍ନାନ, ଦାନ ଏବଂ ମକର ସଂକ୍ରାନ୍ତି, କୁମ୍ଭ, ଗଙ୍ଗା ସ୍ନାନ, ଏକାଦାଶୀ, ପୁର୍ଣ୍ଣମି ଇତ୍ୟାଦି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି, ଏହାକୁ ଅତ୍ୟନ୍ତ ଶୁଭ ଏବଂ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।
ଗଙ୍ଗା ଜୟନ୍ତୀ ଦିନ, ମାତା ଗଙ୍ଗାଙ୍କୁ ପୂଜା କରନ୍ତୁ । ପ୍ରଥମେ ଗଙ୍ଗାରେ ସ୍ନାନ କରି ତା’ପରେ ଏହାକୁ ବିଧି ଅନୁସାରେ ପୂଜା କରନ୍ତୁ । ଏହି ଦିନ ଗଙ୍ଗାରେ ଗାଧୋଇବା ଏବଂ ପୂଜା କରିବା ଦ୍ବାରା ସମୃଦ୍ଧି, ଖ୍ୟାତି ଏବଂ ସମ୍ମାନ ମିଳିଥାଏ ।