ETV Bharat / bharat

ଯୁବତୀଙ୍କୁ ହୋଟେଲରେ ନିଶା ଦେଇ ଗଣଦୁଷ୍କର୍ମ, ଅଭିଯୋଗ ରଖିଲାନି ପୋଲିସ

ନିଶାଯୁକ୍ତ ପାନୀୟ ଦେଇ ହୋଟେଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରିବା ବଦଳରେ ପୀଡ଼ିତାଙ୍କୁ ହିଁ ଦୋଷୀ ମାନିଲା ପୋଲିସ । ଅଧିକ ପଢ଼ନ୍ତୁ...

ଯୁବତୀଙ୍କୁ ଗଣଦୁଷ୍କର୍ମ, ଅଭିଯୋଗ ଗ୍ରହଣ କଲାନି ପୋଲିସ

author img

By

Published : Oct 8, 2020, 3:58 PM IST

ଲକ୍ଷ୍ନୌ: ଦେଶରେ ବଢ଼ି ଚାଲିଛି ଦୁଷ୍କର୍ମ ମାମଲା । ହାଥରସର ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଇତିମଧ୍ୟରେ ଉତ୍ତରପ୍ରଦେଶରେ ଅନେକ ନୂଆ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ବୁଧବାର ଉତ୍ତରପ୍ରଦେଶ କାନପୁରର ବର୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ହୋଟେଲ ରୁମରେ ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ପୋଲିସ ପୀଡ଼ିତାଙ୍କ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରିଛି ।

ପୀଡ଼ିତାଙ୍କ କହିବାନୁଯାୟୀ, ତାଙ୍କ ସାଙ୍ଗ ତାଙ୍କୁ ପାର୍ଟି ବାହାନାରେ ବର୍ରା ଅଞ୍ଚଳର ସୋନା ମ୍ୟାନସନ୍ ହୋଟେଲକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ନିଶା ପାନୀୟ ପିଆଇଥିଲେ । ଯାହାଫଳରେ ଯୁବତୀ ଜଣକ ଅଚ଼େତ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ହୋଟେଲ ମଧ୍ୟରେ ଦୁଇ ଯୁବକ ଆଶିଷ ଓ ଅଭିଷେକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ସେ ଯେତେବେଳେ ପୋଲିସ ଷ୍ଟେସନରେ ଏ ସଂପର୍କରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ, ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରିବା ବଦଳରେ ତାଙ୍କୁ ହିଁ ଦୋଷୀ ମାନିଥିଲା ।

ଏହି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ଘଟଣାକୁ 10 ଘଣ୍ଟା ବିତିଯିବା ପରେ ପୋଲିସ ଅଭିଯୋଗ ଗ୍ରହଣ କରିଛି । କିନ୍ତୁ ଏ ଯାଏଁ ବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ କି ବିନା ପରିଚ଼ୟପତ୍ରରେ ହୋଟେଲ ରୁମ ଯୋଗାଇଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ତେବେ ଏହି ହୋଟେଲଟି ଜଣେ ବିଜେପି ନେତାଙ୍କ ମାଲିକାନାରେ ଥିବା ଜଣାପଡ଼ିଛି । ଘଟଣାରେ ବର୍ରା ଥାନା ଏସପି ଦୀପକ ଭୁକର କହିଛନ୍ତି, ପୋଲିସ ଷ୍ଟେସନରେ ଏହି ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚେଷ୍ଟା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.