ETV Bharat / bharat

ଲକଡାଉନରେ ନାବାଳିକାକୁ ଗଣଦୁଷ୍କର୍ମ - ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲକଡାଉନ ପାଇଁ ସାରା ଦେଶ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ କୋରୋନା ଚାଦର ତଳେ ମାଡି ଚାଲିଛି ଅତ୍ୟାଚାର । ଯାହାର ଫାସରେ ପଡି ଶୁକ୍ରବାର ସନ୍ଧ୍ୟାରେ ଗଣଦୁଷ୍କର୍ମର ଶିକାର ହୋଇଛି ଜଣେ 14 ବର୍ଷୀୟା ନାବାଳିକା ।

gangrape in lockdown, minor ganraped, gangrape, ଲକଡାଉନରେ ଗଣଦୁଷ୍କର୍ମ, ନାବାଳିକାଙ୍କୁ ଗଣଦୁଷ୍କର୍ମ, ଗଣଦୁଷ୍କର୍ମ
ଲକଡାଉନରେ ଅଣାୟତ୍ତ ଯୌନ ପିପାସୁ, ନାବାଳିକା ହେଲେ ଗଣଦୁଷ୍କର୍ମର ଶିକାର
author img

By

Published : Apr 25, 2020, 4:57 PM IST

ଚଣ୍ଡିଗଡ: ଲକଡାଉନ ପାଇଁ ସାରା ଦେଶ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ କୋରୋନା ଚାଦର ତଳେ ମାଡି ଚାଲିଛି ଅତ୍ୟାଚାର । ଶୁକ୍ରବାର ସନ୍ଧ୍ୟାରେ ଗଣଦୁଷ୍କର୍ମର ଶିକାର ହୋଇଛି ଜଣେ 14 ବର୍ଷୀୟା ନାବାଳିକା । ଘଟଣାଟି ହେଉଛି ହରିୟାଣାର ଜିନ୍ଦ ଜିଲ୍ଲାରେ ।

ଘଟଣା ଅନୁଯାୟୀ ନାବାଳିକା ଜଣକ ଘରେ ଥିବା ସମୟରେ ଜଣେ 16 ବର୍ଷୀୟ ପୁରୁଷ ବନ୍ଧୁ ତାଙ୍କୁ ଘରୁ ବାହାରକୁ ଡାକିଥିଲେ । ଏହି ସମୟରେ କିଛି କଥାରେ ବୁଲାଇ ସେ ନାବାଳିକା ଜଣଙ୍କୁ ନିକଟସ୍ଥ ଏକ ସ୍କୁଲ ଘରକୁ ନେଇଯାଇଥିଲା । ଯେଉଁଠାରେ ପୂର୍ବରୁ ରହିଥିବା ଦୁଇ ବନ୍ଧୁଙ୍କ ସହ ମିଶି ସେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ତେବେ ଏନେଇ କାହାକୁ କିଛି ନକହିବାକୁ ମଧ୍ୟ ଅଭିଯୁକ୍ତମାନେ ନାବାଳିକାଙ୍କୁ ଧମକ ଦେଇଥିଲେ ।

ହେଲେ ଘରକୁ ଫେରି ପରିବାର ଲୋକଙ୍କ ସବୁକିଛି କହିବା ପରେ ପରିବାର ଲୋକେ ଜିନ୍ଦ ଥାନାରେ ଏତଲା ଦେଇଥିଲେ । ଖବର ପାଇଁ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ଦାୟର କରିଛି । ଏଥିସହ ଘଟଣାର ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.