ETV Bharat / bharat

କୋରୋନା ଥିମରେ ଗଣେଷଙ୍କ ପ୍ରତିମୂର୍ତ୍ତି

ସୁରଟରେ ଭଗବାନ ଗଣେଷ କୋରୋନା ଭାଇରସ୍ ସହ ମୁକାବିଲା କରୁଥିବାର ଏକ ପ୍ରତିମା ତିଆରି ହୋଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗଣେଷଙ୍କ ପ୍ରତିମା
ଗଣେଷଙ୍କ ପ୍ରତିମା
author img

By

Published : Aug 14, 2020, 6:50 AM IST

ଗାନ୍ଧୀନଗର: ଆସୁଛି ଗଣେଷ ଚତୁର୍ଥୀ । ହେଲେ କୋରୋନା ଯୋଗୁଁ ମଳିନ ପଡିନାହିଁ କାରିଗରଙ୍କ ମନ । ସମୟ ଏବଂ ସ୍ଥିତି ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରୁଛନ୍ତି ଏହି ମୂର୍ତ୍ତି କାରିଗର । ତେବେ ଚଳିତ ବର୍ଷ କୋରୋନା ଯୋଗୁଁ ଯଦିଓ ଜାକଜମକରେ ଗଣେଷ ପୂଜା ପାଳନ କରାଯାଇନପାରେ, ତଥାପି ଭକ୍ତମାନଙ୍କ ଉତ୍କଣ୍ଠାକୁ ନଜରରେ ରଖି ଗଣେଷଣ ମୁର୍ତ୍ତି ତିଆରି କରାଯାଇଛି । ସୁରଟରେ ଭଗବାନ ଗଣେଷ କୋରୋନା ଭାଇରସ୍ ସହ ମୁକାବିଲା କରୁଥିବାର ଏକ ପ୍ରତିମା ତିଆରି ହୋଇଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ମୂର୍ତ୍ତିର ଅନ୍ୟ ଏକ ସେଟରେ ଗଣେଷଙ୍କ ମୂଷା କୋରୋନା ଭାଇରସ୍ ସହିତ ଲଢୁଥିବା ଦେଖିବାକୁ ମିଳିଛି । ଯାହାକି ଖୁବ ଆକକର୍ଷଣୀୟ ହୋଇଛି । ତେବେ ଏନେଇ ସୁରାଟର କାରିଗର କହିଛନ୍ତି, 'ଏହି ପ୍ରତିମା ମାଧ୍ୟମରେ ମୁଁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଲୋକେ କୋଭିଡ-19 ବିରୁଦ୍ଧରେ ସତର୍କତା ଅବଲମ୍ବନ କରିବା ଉଚିତ୍ |'

10 ଦିନ ଧରି ପାଳିତ ହେଉଥିବା ଗଣେଷ ପୂଜା ଆସନ୍ତା 22 ତାରିଖରେ ପାଳନ ହେବାକୁ ଯାଉଛି । ଏବଂ 10 ଦିନ ପରେ ଗଣେଷ ବିସର୍ଜନ କରାଯିବ । ଯାହାକୁ ଏହି ଉତ୍ସବର ଶେଷ ଦିନ ବୋଲି ମଧ୍ୟ କୁହାଯାଏ । ଏହି ଉତ୍ସବ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ, ତେଲେଙ୍ଗାନାରେ ଧୁମଧାମ ଭାବେ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.