ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତୀ ସହ 70ତମ ବଳିଦାନ ଦିବସ ପାଳନ କରିବ ଦେଶ । ଏହି ଅବସରରେ ସ୍ବାଧିନତା ଦିବସଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା । ଆଉ ଆଜିର ଏହି 39ତମ ସିରିଜରେ ମୃତ୍ୟୁକୁ ନେଇ ଗାନ୍ଧୀଙ୍କ କଣ ରହିଛି ବିଚାର, ସେ ନେଇ ବିଶେଷ ରିପୋର୍ଟ ...
ବୋଧ ହୁଏ ଏପରି କୌଣସି ଦିଗ ନଥିବ, ଯାହା ଉପରେ ଗାନ୍ଧୀ ଲେଖିନଥିବେ କି କହିନଥିବେ । ସେହିପରି ଜୀବନର ବାସ୍ତବ ସତ୍ୟ ‘ମୃତ୍ୟୁ’କୁ ନେଇ ଗାନ୍ଧୀ ନିଜ ବିଚାର ରଖିଥିଲେ । ନିଜ ରାଜୈନିକ ଜୀବନ ଆରମ୍ଭରୁ ହିଁ ଗାନ୍ଧୀ ନିଡର ଓ ନିସଙ୍କୋଚ ଥିଲେ । ଆଉ ଏହା ହିଁ ତାଙ୍କ ସଂଘର୍ଷମୟ ଜୀବନକୁ ସହଜ ଓ ସରଳ କରିଥିଲା । ନିର୍ଭୟତାର ସହ ସେ କ୍ଷମତାଶୀଳ ଗୋରାଙ୍କ ବିରୋଧରେ ଆନ୍ଦୋଳନ ଡାକି ଦେଶକୁ ସ୍ବାଧିନତାର ସ୍ବାଦ ଚଖାଇଖଥିଲେ ।
ଗାନ୍ଧୀଙ୍କୁ ମୃତ୍ୟୁର ଭୟ ନଥିଲା । ତାଙ୍କର ସାହାସପଣିଆ ତାଙ୍କୁ ସମସ୍ତ ଡର, ଭୟ କବଳରୁ ମୁକ୍ତ କରିଥିଲା । ମୃତ୍ୟୁ ସତ୍ୟ । ଏହା ସର୍ବଶକ୍ତିମାନ । ଏହା ଉପରେ ପ୍ରତ୍ୟେକଙ୍କ ଅତୁଟ ବିଶ୍ବାସ ରହିବା ଦରକାର । ଜୀବନ ଓ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟକୁ ଦର୍ଶାଇ ସେ ଦକ୍ଷିଣ ଆଫ୍ରିକାରେ ନିଜର ଏକ ପୁସ୍ତକ ‘ସତ୍ୟାଗ୍ରହ’ରେ ଲେଖିଥିଲେ ଯେ, ମୃତ୍ୟୁକୁ ହସି ହସି ସାମ୍ନା କରିବା ଦରକାର, ଯେମିତି ବହୁଦିନର ବ୍ୟବଧାନ ପରେ ପ୍ରିୟ ବନ୍ଧୁ ସହ ମିଳନ ହୁଏ । ଏଥିରୁ ପ୍ରମାଣିତ ଯେ, ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରହିବା ସମୟରେ ମୃତ୍ୟୁକୁ ସାଥୀ କରିନେଇଥିଲେ । 1926 ଡିସେମ୍ବର 30ରେ ସେ ୟଙ୍ଗ ଇଣ୍ଡିଆରେ ଲେଖିଥିଲେ କି, ‘ମୃତ୍ୟୁ କେବଳ ଜଣେ ମିତ୍ର ନୁହେଁ, ବରଂ ଜୀବନର ପ୍ରିୟ ସାଥୀ । ’
ଏଥିପାଇଁ ମୃତ୍ୟୁ ତାଙ୍କ ପାଇଁ କିଛି ଏକ ଭୟଙ୍କର ଘଟଣା ନୁହେଁ । ଏଭଳି ଭାବେ ସେ କହିଥିଲେ ଯେ, ‘ କୌଣସି ବି ସମୟରେ ମୃତ୍ୟୁ ଆସିବ ଏକ ସୌଭାଗ୍ୟ ଅଟେ’ । କିନ୍ତୁ ଏହି ସୌଭାଗ୍ୟ ଜଣେ ଯୋଦ୍ଧା ପାଇଁ ଦୁଇଥର ଆସିଥାଏ । ଏହା ବାସ୍ତବ ଯେ, ସତ ସବୁବେଳେ ନିର୍ଭୟର ବଡ ଅସ୍ତ୍ର । ଏଥିଯୋଗୁଁ ଏ ଦୁହେଁ କେବେ ଅଲଗା ହୋଇପାରନ୍ତି ନାହିଁ । ଖାସ ଏଇଥିପାଇଁ ଗାନ୍ଧୀ ସବୁବେଳେ ସତ(ଶବ୍ଦ)କୁ ବଞ୍ଚାଇବା ପାଇଁ ନିଜ ପ୍ରାଣର ଆହୂତି ଦେବାକୁ ପ୍ରସ୍ତୁତ ରହୁଥିଲେ । ଗାନ୍ଧୀଙ୍କ ରଣନୀତିକୁ ଭଲରେ ବୁଝୁଥିବା ଆଚାର୍ଯ୍ୟ ଜେ. ବି କୃପାଳିନୀ ଲେଖିଥିଲେ କି, ଯେବେ ‘ଆତ୍ମବଳିଦାନ’ ଦୁର୍ଲଭ ବୋଲି ଗାନ୍ଧି ବୁଝିଥିଲେ , ସେହି ସମୟରେ ସେ ନୂଆ ପରିସ୍ଥିତି ସନ୍ଧାନରେ ଲାଗି ପଡିଥିଲେ । ଏହି କାରଣରୁ 1948 ଜାନୁଆରୀ 30 ପୂର୍ବରୁ ଗାନ୍ଧୀଙ୍କୁ ମାରିବା ପାଇଁ ଦକ୍ଷିଣ ଆପ୍ରିକାରେ ବହୁ ପ୍ରୟାସ କରାଯାଇଥିଲା । କିନ୍ତୁ କିଛି ବ୍ରିଟିଶ ମିତ୍ରଙ୍କ ଯୋଗୁଁ ସେ ବଞ୍ଚିଯାଇଥିଲେ । ହେଲେ ଭାରତରେ1934 ପରଠୁ ତାଙ୍କ ଜୀବନ ଯେପରି ପାଣି ଫୋଟକା ପାଲଟିଯାଇଥିଲା । ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଜାଣିପାରିଥିଲେ ନା କି ଦେଶ ବରଂ ତାଙ୍କ ଜୀବନ ମଧ୍ୟ ଆଉ ତାଙ୍କୁ ଚାହୁଁନାହିଁ । ଯେଉଁ ଗାନ୍ଧୀ ଗୋଟିଏ ସମୟରେ 125 ବର୍ଷ ବଞ୍ଚିବା ପାଇଁ ଚାହୁଁଥିଲେ ସେ, 1944 ପରେ ଜୀବନର ବହୁ ବିପଦର ସାମ୍ନା କରି ବି ବ୍ୟକ୍ତିଗତ ସୁରକ୍ଷା ପାଇଁ ଇଚ୍ଛା କରିନଥିଲେ । ଏହା ପରେ ସେ ମୃତ୍ୟୁ ଭୟରୁ ପୂରା ଦୂରେଇଯାଇଥିଲେ । ଏହା ପରେ ସେ ସାହସର ସହ ବହୁ କଠିନ ମୁଦ୍ଦା ସହ ନିଜ ସତ୍ୟକୁ ମିଶାଇ ଦେଇ ଆଗକୁ ବଢିଥିଲେ । ତାହା ହରିଜନ ଯାତ୍ରା ହେଉ କି ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତେଳନ । ପ୍ରତିଟି ମୁହୂର୍ତ୍ତରେ ସେ ନିସଙ୍କୋଚର ସହ ଏକାକୀ ଲଢିଛନ୍ତି ।
ଗାନ୍ଧୀ ବଳିଦାନ ଓ ଉତ୍ସର୍ଗ lାଙ୍କୁ ମହାନ ଆତ୍ମା ରୂପେ ପରିଚିତ କଲା । ଯେଉଁଥିପାଇଁ ସେ ସହଜରେ ମୃତ୍ୟୁ ଭୟରୁ ମୁକ୍ତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ